April 20, 2024

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ରୂପେ ଶପଥ ଗ୍ରହଣ କଲେ ରଞ୍ଜନ ଗୋଗୋଇ

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୦୨/୧୦) : ସୁପ୍ରିମ୍‌ କୋର୍ଟର ୪୬ତମ ପ୍ରଧାନ ବିଚାରପତି ରୂପେ ବୁଧବାର ପୂର୍ବାହ୍ନରେ ରାଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଶପଥ ଗ୍ରହଣ କରିଛନ୍ତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଜଷ୍ଟିସ୍‌ ଗୋଗୋଇ ୨୦୧୯ ନଭେମ୍ବର ଶେଷ ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ରୂପେ ଦାୟିତ୍ୱ ନିର୍ବାହ କରିବେ। ଭାରତର ପ୍ରଧାନ ବିଚାରପତି ହେବାରେ ଉତ୍ତରପୂର୍ବାଞ୍ଚଳରୁ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି।

ଆଜିର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଗୃହମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ, ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଶପଥ ଗ୍ରହଣ କରିବା ପରେ ଉତ୍ସବରେ ଉପସ୍ଥିତ ଥିବା ନିଜ ମାଆଙ୍କ ପାଦ ଛୁଇଁ ପ୍ରଣାମ କରି ଜଷ୍ଟିସ ଗୋଗୋଇ ତାଙ୍କ ଲାଗି ଉଦ୍ଦିଷ୍ଟ ଆସନରେ ବସିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.