June 29, 2022

ରାଜ୍ୟ ମାନବାଧିକାର ଆୟୋଗରେ ନିୟମିତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବି.ପି ଦାସ

1 min read
Justice-BP-Das-Aajira-Odisha

ଆଓରି-ଭୁବନେଶ୍ଵର(୦୪/୦୯) : ରାଜ୍ୟ ମାନବାଧିକାର ଆୟୋଗରେ ନିୟମିତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଜଷ୍ଟିସ ବିମଳ ପ୍ରସାଦ ଦାସ । ୨୦୧୨ ନଭେମ୍ବର ୨୩ରୁ ଖାଲି ପଡ଼ିଥିଲା ଅଧ୍ୟକ୍ଷ ପଦ । ତେବେ ଆଜି ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିମଳ ପ୍ରସାଦ ଦାସ ।

ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଳ ପ୍ରସାଦ ଦାସଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିବା ବେଳେ ବିଶିଷ୍ଟ ଆଇନଜୀବୀ ଅସୀମ ଅମିତାଭ ଦାଶଙ୍କୁ ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା । ଦାୟିତ୍ୱ ଗ୍ରହଣ ପରେ ଜଷ୍ଟିସ ବିପି ଦାସ କହିଛନ୍ତି ଯେ, ସ୍ୱଚ୍ଛାତକୁ ଗୁରୁତ୍ୱ ଦିଆଯିବ । ଦୀର୍ଘ ୭ବର୍ଷ ହେବ ଅଧ୍ୟକ୍ଷ ପଦ ଖାଲି ପଡିରହିଥିବାରୁ ପାଖାପାଖି ୧୫ହଜାର ମାମଲାର ଶୁଣାଣି ପଡିରହିଛି । ତେବେ ପଡିରହିଥିବା ମାମଲାର ଶୁଣାଣି ପ୍ରକ୍ରିୟାକୁ ତ୍ୱରାନିତ୍ୱ କରାଯିବ ବୋଲି ଅଧ୍ୟକ୍ଷ କହିଛନ୍ତି । ମାନବାଧିକାର ଉଲ୍ଲଂଘନ ହେଲେ କାହାରିକୁ ଛଡାଯିବନି ବୋଲି ସେ କହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.