ରାଜନୀତି

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଜୋରାମଥାଙ୍ଗା

ଆଓରି-ନୂଆଦିଲ୍ଲୀ(୧୫/୧୨) : ମିଜୋରାମରେ କଂଗ୍ରେସ ଦୀର୍ଘ ୧୦ ବର୍ଷ ଧରି ଶାସନ କରିବା ପରେ ଏ ବର୍ଷ ରାଜ୍ୟର ମଙ୍ଗ ଧରିଛି ମିଜୋ ନ୍ୟାସନାଲ୍ ଫ୍ରଣ୍ଟ୍ (ଏମ୍‌ଏନ୍‌ଏଫ୍‌) ଦଳ। ଏମ୍‌ଏନ୍‌ଏଫ ର ମୁଖ୍ୟ ଜୋରାମଥାଙ୍ଗା ଶନିବାର ଆଇଜଲସ୍ଥିତ  ରାଜ ଭବନଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଜୋରାମଥାଙ୍ଗା ପୂର୍ବରୁ ଦୁଇ ଥର ମିଜୋରାମ୍‌ ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତିି। ଏମ୍‌ଏନ୍‌ଏଫର ସଂସ୍ଥାପକ ତଥା ମିଜୋରାମ ରାଜନୀତିର ଜଣେ ବହୁ ପରିଚିତ ନେତା ଭାବେ ଜଣାଣୁଣା  ଲାଲଡେଙ୍ଗାଙ୍କ ଘନିଷ୍ଠ ସହଯୋଗୀ ଭାବେ ଜୋରାମଥାଙ୍ଗା ବେଶ୍‌ ପରିଚିତ।

ରାଜ୍ୟପାଳ କେ.ରାଜଶେଖରନ୍‌ ଶପଥ ପାଠ କରାଇ ଥିଲେ। ମିଜୋରାମ ବିଧାନସଭା ନିର୍ବାଚନରେ ୨୬ଟି ଆସନ ଜିତିଥିବା ରାଜ୍ୟର ଏକକ ସଂଖ୍ୟାଗରିଷ୍ଠ ଡ଼ ଦଳର ନେତା ଜୋରାମଥାଙ୍ଗାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟ ଭାର ଗ୍ରହଣ କରିବା ପାଇଁ ବୁଧବାର ରାଜ୍ୟପାଳ କେ ରାଜଶେଖରନ୍‌ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରିଥିଲେ।

ଅନ୍ୟପକ୍ଷରେ ନଭେମ୍ବର ୨୮ ତାରିଖରେ ହୋଇଥିବା ନିର୍ବାଚନର ଫଳ ବାହାରିବା ପରେ ରାଜ୍ୟରେ ୨୦୦୮ରୁ ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳକୁ ଲାଗିଛି ଝଟ୍‌କା। କଂଗ୍ରେସକୁ ମାତ୍ର ୫ଟି ଆସନ ମିଳିଥିବା ବେଳେ ଭାରତୀୟ ଜନତା ପାର୍ଟି(ବିଜେପି) ଗୋଟିଏ ମାତ୍ର ଆସନ ହାତେଇ ରାଜ୍ୟରେ ନିଜର ମୂଳଦୁଆ ପକାଇଛି। ପୂର୍ବରୁ ମିଜୋରାମରେ ହୋଇଥିବା ୭ ଥର ଯାକ ନିର୍ବାଚନରେ ବିଜେପି କେବେ ବି ନିର୍ବାଚନ ଜିତିନଥିଲା। ଉଲ୍ଲେଖଯୋଗ୍ୟ,  ଗତ ୨୦୧୩ ମସିହା ନିର୍ବାଚନରେ ୪୦ରୁ ୩୪ ଆସନ ଜିତି କଂଗ୍ରେସ ଶାସନ କ୍ଷମତା ହାତକୁ ନେଇଥିଲା।

Related Articles

Back to top button