March 30, 2023

ବିଜେପିରେ ସାମିଲ ହୋଇପାରନ୍ତି ଜୟପ୍ରଦା

1 min read

ଆଓରି-ନୂଆଦିଲ୍ଲୀ(୨୫/୦୩) : ବଲିଉଡ୍‌ର ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।  ରାମପୁରରୁ ସେ ଅଜମ ଖାନ୍‌ଙ୍କ ବିରୁଦ୍ଧରେ  ବିଜେପିର ଲୋକ ସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ଜୟପ୍ରଦା  ସମାଜବାଦୀ ପାର୍ଟିର ସଦସ୍ୟା ଥିଲେ।  ସମାଜବାଦୀ ପାର୍ଟିର ଟିକେଟରେ ସେ ବିଜୟୀ ହୋଇ ଲୋକସଭାର ସାସଂଦ ମଧ୍ୟ ହୋଇଥିଲେ ।

୨୦୧୦ରେ  ତାଙ୍କୁ ଦଳ ବିରୋଧି କାର୍ଯ୍ୟ ଯୋଗୁଁ ସମାଜବାଦୀ ପାର୍ଟିରୁ ନିଲମ୍ବିତ କରାଯାଇଥିଲା । ଏହାପରେ ସେ ପୂର୍ବତନ ସମାଜବାଦୀ ନେତା ଅମର ସିଂହଙ୍କ ରାଷ୍ଟ୍ରୀୟ ଲୋକମଞ୍ଚ ପାର୍ଟିରେ ସାମିଲ ହୋଇଥିଲେ । ମାତ୍ର ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ଆସନରୁ ବିଜୟ ଲାଭ କରି ପାରି ନଥିଲା । ଜୟପ୍ରଦା ଅମରସିଂହଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ମାନନ୍ତି । ଏବେ ଅମର ସିଂ ବିଜେପିର ନିକଟତର ହୋଇଛନ୍ତି। ଜୟପ୍ରଦା ବିଜେପିରେ ସାମିଲ ହେବା ସହ ରାମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ମଧ୍ୟ ହେଉଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.