March 24, 2023

ଶ୍ରୀମନ୍ଦିରରେ ସ୍ଥାପନ ହେଲା ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି

1 min read

ଆଓରି-ଭୁବନେଶ୍ଵର(୧୭/୦୬) : ପୁରୀ ଶ୍ରୀମନ୍ଦିରରେ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରା ଯାଇଛି । ମେ ୩ ତାରିଖରେ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପ୍ରବାହ ସମୟରେ ସିଂହଦ୍ୱାରରେ ଥିବା ଉକ୍ତ ମୂର୍ତ୍ତି ଭାଙ୍ଗି ଯାଇଥିଲା। ଯାହା ଫଳରେ ଏହାକୁ ନିର୍ମାଣ କରାଯାଇନଥିଲା । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସୋମବାର ପୂର୍ବାହ୍ନରେ ଶ୍ରୀମନ୍ଦିରର ସିଂହଦ୍ୱାରରେ ଦ୍ୱାରପାଳ ଜୟ ଓ ବିଜୟଙ୍କ ନବନିର୍ମିତ ମୂର୍ତ୍ତି ସ୍ଥାପନ କରା ଯାଇଛି । ଗତକାଲି ମୂର୍ତ୍ତି ଦୁଇଟିକୁ ଏକ ସ୍ୱତନ୍ତ୍ର ଗାଡ଼ିରେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ୍‌ରୁ ପୁରୀ ଅଣାଯାଇଥିଲା। ଶୁଖୁଆପଡ଼ା ଗ୍ରାମର ଶିଳ୍ପୀ ନିର୍ମଳ ମହାରଣା ଏହି ମୂର୍ତ୍ତି ଖଣ୍ଡେଲାଇଟ୍‌ ପଥରରେ ଗଢ଼ିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.