March 18, 2023

ବଦଳିବ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେସନର ନାମ

1 min read
Jajpur-Keonjhar-Road-Aajira-Odisha

ଆଓରି-ଭୁବନେଶ୍ଵର(୨୦/୦୯) : ଯାଜପୁର ଜିଲାର ପ୍ରମୁଖ ରେଳଷ୍ଟେସନ ଯାଜପୁର-କେନ୍ଦୁଝର ରୋଡ ରେଳଷ୍ଟେସନର ନାମ ପରିବର୍ତ୍ତନ ହେବ । ପୂର୍ବରୁ ଏହି ରେଳଷ୍ଟେସନ ଉପରେ ଉଭୟ ଯାଜପୁର ଓ କେନ୍ଦୁଝର ଜିଲା ବାସୀ ନିର୍ଭର କରୁଥିବାରୁ ଏହାର ନାମ ଯାଜପୁର-କେନ୍ଦୁଝରରୋଡ ଷ୍ଟେସନ ରହିଥିଲା । କିନ୍ତୁ ଏବେ କେନ୍ଦୁଝର ଜିଲାକୁ ରେଳ ସଂଯୋଗ ହେବା ସହିତ ଏକ ନୂତନ ଷ୍ଟେସନ କେନ୍ଦୁଝର ରୋଡ ନାମରେ ନାମିତ ହୋଇଛି । ଏଥିପାଇଁ ଏହି ରେଳଷ୍ଟେସନର ନାମ ପରିବର୍ତ୍ତନ କରିବାକୁ ପୂର୍ବତଟ ରେଳବିଭାଗ ନିଷ୍ପତି ନେଇଛି । ଏନେଇ ଜିଲାପ୍ରଶାସନ ଠାରୁ ରେଳ ମନ୍ତ୍ରଣାଳୟ ମତାମତ ଲୋଡିଥିଲା । ଏହା ସହ ଜିଲା ପ୍ରଶାସନ ପକ୍ଷରୁ ଷ୍ଟେସନ ଅଞ୍ଚଳରେ ଥିବା ବିଭିନ୍ନ ବୁଦ୍ଧିଜୀବୀଙ୍କ ଠାରୁ ମତାମତ ନିଆଯାଇଥିଲା । ଜିଲାପାଳଙ୍କ ସରକାରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଏହି ଷ୍ଟେସନର ନାମ ପରିବର୍ତନ କରାଯାଇ ଯାଜପୁରରୋଡ କରିବାକୁ ସର୍ବସମ୍ମତି କ୍ରମେ ସ୍ଥିର ହୋଇଛି। ଏହି ଷ୍ଟେସନର ନାମ ପରିବର୍ତନ ରିପୋର୍ଟକୁ ଜିଲାପ୍ରଶାସନ ପକ୍ଷରୁ ରେଳବିଭାଗକୁ ପ୍ରଦାନ କରାଯିବା ପରେ ନୂତନ ରେଳଷ୍ଟେସନର ନାମ ରେଳବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.