ଆରବ ସାଗରରେ ଏକ ବଡ଼ ଧରଣର ଯୁଦ୍ଧାଭ୍ୟାସ କରୁଛି ପାକିସ୍ତାନ, ତୀକ୍ଷଣ ଦୃଷ୍ଟି ରଖିଛି ଭାରତୀୟ ନୌସେନା
1 min read
ଆଓରି-ନୂଆଦିଲ୍ଲୀ(୨୬/୦୯): ଆରବ ସାଗରରେ ପାକିସ୍ତାନୀ ନୌସେନାର ସଂଦେହଜନକ ଗତିବିଧି ଉପରେ ତୀକ୍ଷଣ ନଜର ରଖିଛି ଭାରତୀୟ ନୌସେନା । ଯୁଦ୍ଧାଭ୍ୟାସ ନାଁରେ ପାକିସ୍ତାନୀ ନୌସେନାର ଗତିବିଧି ଗତ କିଛି ଦିନ ମଧ୍ୟରେ ବଢିଯାଇଛି । ଏହାକୁ ନେଇ ଭାରତୀୟ ନୌସେନା ସତର୍କ ହେବା ସହ ତାହା ଉପରେ ନିଜର ଯୁଦ୍ଧ ଜାହାଜ, ବୁଡାଜାହାଜ ଓ ପସେଡନ –୮ଆଇ ବିମାନ ମାଧ୍ୟମରେ ନଜର ରଖିଛି ।
ପାକିସ୍ତାନ ନୌସେନା ର ଏହି ସମରାଭ୍ୟାସ ରିବାତ୍ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ, କିନ୍ତୁ ଏବର୍ଷ ଏହା ସେପ୍ଟେମ୍ବର ୨୫ରୁ ୨୯ ମଧ୍ୟରେ ହେଉଛି ଓ ଟିକିଏ ବଡ଼ ଆକାରର ହେଉଛି । ପ୍ରକୃତ ଯୁଦ୍ଧ ପରିସ୍ଥିତିପରି ଏହି ସମରାଭ୍ୟାସରେ ପାକିସ୍ତାନୀ ନୌସେନା ମିସାଇଲ, ରକେଟ ଓ ମେସିନ ଗନରୁ ଗୁଳିବର୍ଷଣ କରାଯାଉଛି । ମୋଟ ୭ରୁ ୮ଟି ପାକିସ୍ତାନୀ ଯୁଦ୍ଧ ଜାହାଜ ସେଠାରେ ରହିଛି । ଯଦିଓ ପାକିସ୍ତାନ ଏ ସଂପର୍କରେ ଭାରତକୁ ପୂର୍ବରୁ ସୂଚନା ଦେଇଛି, ପାକିସ୍ତାନ ଉପରେ ସଂପୂର୍ଣ୍ଣ ଭରଷା କରିପାରୁନାହିଁ ଭାରତୀୟ ନୌସେନା । ପାକିସ୍ତାନ ଯକୌଣସି ସମୟରେ ଦୁଃସାହାସ କରିବାର ଆଶଙ୍କା ରହିଥିବାରୁ ଭାରତୀୟ ନୌସେନା ପକ୍ଷରୁ ଆରବ ସାଗରରେ ଅତିିରିକ୍ତ ଯୁଦ୍ଧ ଜାହାଜ ମୁତୟନ କରାଯାଇଛି ।