March 30, 2023

ସ୍ୱାଭାବିକ ହେଉଛି କାଶ୍ମୀର ସ୍ଥିତି ; ୩ ମାସ ପରେ ରେଳ ଚଳାଚଳ ଆରମ୍ଭ

1 min read
Indian Railways conduct trial run in Kashmir ahead of resuming services

ଆଓରି-ନୂଆଦିଲ୍ଲୀ(୧୧/୧୧) : ଧୀରେ ଧୀରେ ସ୍ୱାଭାବିକ ହେଉଛି କାଶ୍ମୀର ସ୍ଥିତି । ୩ ମାସ ପରେ କଶ୍ମୀର ଉପତ୍ୟକାରେ ସ୍ୱାଭାବିକ ହେଲା ରେଳ ଚଳାଚଳ ।ଜାମ୍ମୁକଶ୍ମରୀରେ ଧାରା ୩୭୦ ହଟିବା ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ସେବା ବନ୍ଦ କରାଯାଇଥିଲା । ୩ ମାସ ପର୍ଯ୍ୟନ୍ତ ବନ୍ଦ ଥିବା ଏହି ରେଳସେବା ଆଜିଠାରୁ ଚାଲୁ ହୋଇଛି ।  କଶ୍ମୀରର ଡ଼ିଭିଜନାଲ୍ କମିଶନର ବଶିର ଅହମ୍ମଦ ଖାନ ରେଳ ଧାରଣା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତିନି ଦିନ ଧରି ରେଳ ଧାରଣା ଯାଞ୍ଚ ପରେ ଆଜି ରେଳ ସେବା କାର୍ଯ୍ୟକାରୀ ହୋଇଛି ।

ନଭେମ୍ବର ୧୦ ତାରିଖରେ ଟ୍ରାଏଲ ରନ୍ ପାଇଁ ଅନୁମତି ଦିଆଯାଇଥିଲା । ୧୧ ନଭେମ୍ବରରେ ରେଳ ସେବା କାର୍ଯ୍ୟକାରୀ କରାଯାଇଛି । ଅଗଷ୍ଟ ୫ ତାରିଖରେ ଉତ୍ତର କଶ୍ମୀର ବାରମୁଳାରୁ ଦକ୍ଷିଣ କଶ୍ମୀର ବନିହାଲ ଯାଏଁ ରେଳ ସେବା ବନ୍ଦ କରାଯାଇଥିଲା । ସେପଟେ ଆଜି ଜମ୍ମୁ କଶ୍ମୀରରେ ଖୋଲିଛି ସ୍କୁଲ ଓ କଲେଜ । ଅଯୋଧ୍ୟା ରାୟକୁ ଦୃଷ୍ଟିରେ ରଖି ଉପତ୍ୟକାରେ ସ୍କୁଲ, କଲେଜ ବନ୍ଦ କରାଯାଇଥିଲା । ହେଲେ ଆଜି କିଛି ସ୍ଥାନରେ ସ୍କୁଲ,କଲେଜ ଖୋଲା ଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.