ସ୍ୱଦେଶୀ ଜ୍ଞାନ କୌଶଳରେ ସ୍ନାଇପର ରାଇଫଲ ତିଆରି କରି ଇତିହାସ ରଚିଲା ଭାରତୀୟ କମ୍ପାନୀ
1 min read
ଆଓରି-ନୂଆଦିଲ୍ଲୀ(୧୪/୦୯) : ସ୍ୱଦେଶୀ ଜ୍ଞାନ କୌଶଳରେ ଦୁଇଟି ସ୍ନାଇପର ରାଇଫଲ ନିର୍ମାଣ କରି ଏକ ଭାରତୀୟ କମ୍ପାନୀ ଇତିହାସ ରଚିଛି। ଏବେ ଏହାର ପ୍ରେଟୋଟାଇପ ଉପଲବ୍ଧ ରହିଛି। ଏହି ବନ୍ଧୁକକୁ ଭାରତର ଏସଏସଏସ ଡିଫେନ୍ସ କମ୍ପାନୀ ନିର୍ମାଣ କରିଛି।
କମ୍ପାନୀର ବେଙ୍ଗାଲୁରୁଠାରୁ ୨୮ କିଲୋମିଟର ଦୂର ଜିଗାନୀଠାରେ ସ୍ଥିନ ନିଜ ବନ୍ଧୁକ କାରଖାନାରୁ ଏହି ଦୁଇ ବନ୍ଧୁକ ନିର୍ମାଣ କରିଛି। ଏହି ଦୁଇ ସ୍ନାଇପର ରାଇଫଲ ନାମ ହେଉଛି ୱାଇପର ଏବଂ ସାବେର। ୱାଇପରରେ ୩୦୮/୭.୬.୨ ଏମଏମ ଗୁଳି ଏବଂ ସାବେରରେ .୩୩୮ର ଗୁଳି ବ୍ୟବହାର ହେଉଛି। ୱାଇପର ମାରକ କ୍ଷମତା ୧ ହଜାର ମିଟିର ଏବଂ ସାବେରର ମାରତକ କ୍ଷମତା ୧୫୦୦ ମିଟର ରହିଛି। କମ୍ପାନୀ ନିର୍ଦେଶକ ସତୀଶ କହିଛନ୍ତି ଯେ ନବ ନିର୍ମିତ ଦୁଇ ସ୍ନାଇପର ରାଇଫଲକୁ ସେନାକୁ ଦିଆଯାଇଥିଲା। ସେନା ଓ ସରକାରୀ ଏଜେନ୍ସିଗୁଡ଼ିକ ଏହି ଦୁଇ ରାଫଲକୁ ପ୍ରଶଂସା କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ସେନା ଦୀର୍ଘ ଦିନ ହେବ ସ୍ନାଇପର ରାଇଫଲ କିଣିବାକୁ ଚେଷ୍ଟା ଜାରି ରଖିଛି। ହେଲେ ଏପର୍ଯ୍ୟନ୍ତ ସେନାକୁ ଏହି ରାଫଲ ମିଳିନାହିଁ। ସ୍ନାଇପର ରାଇଫଲ ପାଇଁ ପ୍ରାୟ ୨୦ଟି କମ୍ପାନୀ ଟେଣ୍ଡର ପକାଇଥିଲେ। ଏପଟେ ଏସଏସଏସ ଡିଫେନ୍ସ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ସବୁକିଛି ଠିକ ରହିଲେ ଏହି ସ୍ନାଇପର ରାଇଫଲ ବାହାର ଦେଶକୁ ରପ୍ନାନୀ କରିହେବ। ଏବେ ରାଇଫଲ ପରୀକ୍ଷା ପାସ କରିବା କମ୍ପାନୀର ବଡ଼ ଲକ୍ଷ୍ୟ ରହିଛି।