ପାକିସ୍ତାନ କଳାକାରଙ୍କ ଉପରେ ଲାଗିଲା ସମ୍ପୂର୍ଣ୍ଣ ବ୍ୟାନ୍
1 min readଆଓରି-ନୂଆଦିଲ୍ଲୀ(୧୮/୦୨) : ପାକିସ୍ତାନ କଳାକାରଙ୍କ ଉପରେ ଲାଗିଲା ସମ୍ପୂର୍ଣ୍ଣ ବ୍ୟାନ୍ । କୌଣସି ବି ପାକିସ୍ତାନ କଳାକର ଭାରତରେ ଆସି କାମ କରିବା ଉପରେ ରୋକ୍ ଲାଗିଛି । ଅଲ୍ ଇଣ୍ଡିଆ ସିନେ ଓ୍ୱାର୍କର୍ସ ଆସୋସିଏସନ୍ ପକ୍ଷରୁ ପାକିସ୍ତାନ କଳାକାରଙ୍କ ଉପରେ ଏହି ରୋକ୍ ଲଗାଯାଇଛି । ଭାରତର କୌଣସି ଫିଲ୍ମ ଇଣ୍ଡଷ୍ଟ୍ରୀରେ ପାକିସ୍ତାନ କଳାକାର କାମ କରିପାରିବେ ନାହିଁ ବୋଲି ସିଧାସଳଖ କୁହାଯାଇଛି ।
ପୁଲ୍ଓ୍ୱାମାରେ ଭାରତୀୟ ସେନାଙ୍କ ଉପରେ ଆତଙ୍କବାଦୀଙ୍କ ହମଲା ପରେ ଏହି ନିଷ୍ପତ୍ତି ନିଆଯାଇଛି । ସାରା ଦେଶରେ ଏବେ ପାକିସ୍ତାନ ବିରୋଧରେ ପ୍ରତିଶୋଧର ନିଆଁ ଜଳୁଛି । ସୋସିଆଲ୍ ମିଡିଆରେ ଯୁବ ବର୍ଗମାନେ ପାକିସ୍ତାନ ବିରୋଧରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ର ଦାବି ମଧ୍ୟ କରୁଥିବା ଦେଖାଯାଇଛି । କାରଣ ପାକିସ୍ତାନ ହିଁ ଏହି ଆତଙ୍କୀ ହମ୍ଲା କରୁଛି ବୋଲି ଜଣାପଡ଼ିଛି ।