ସାଧ୍ୱୀ ପ୍ରଜ୍ଞାଙ୍କ ମନ୍ତବ୍ୟ ପାଇଁ ମୁଁ ତାଙ୍କୁ କ୍ଷମା କରିବି ନାହିଁ : ନରେନ୍ଦ୍ର ମୋଦୀ
1 min read
ଲୋକସଭା ନିର୍ବାଚନ ୨୦୧୯ର ଶେଷ ପର୍ଯ୍ୟାୟ ମତାଦାନ ପୂର୍ବରୁ ଭୋପାଲ ଲୋକସଭା ଆସନ ପାଇଁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ୍ ଗୋଡ୍ସେଙ୍କୁ ଦେଶଭକ୍ତ କହି ପୁଣି ବିବାଦରେ ଫସିଛନ୍ତି । ଏହାକୁ ନେଇ ପ୍ରତିପକ୍ଷ ମଧ୍ୟ ଟାର୍ଗେଟ୍ କରୁଛି । ତେବେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ରଖିଛନ୍ତି ନିଜ ପ୍ରତିକ୍ରିୟା ।
ବିଜେପିର ଅଫିସିଆଲ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିକ୍ରିୟା ଜାରି କରାଯାଇଛି । ପ୍ରତିକ୍ରିୟାରେ ମୋଦି କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ଓ ନାଥୁରାମ୍ ଗୋଡ୍ସେଙ୍କୁ ନେଇ ଯେପରି ମନ୍ତବ୍ୟ ରଖାଯାଇଛି, ତାହା ଭୟଙ୍କର ଭାବେ ଖରାପ ମନ୍ତବ୍ୟ । ଯଦିଓ ସାଧ୍ୱୀ ପ୍ରଜ୍ଞା ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି । କିନ୍ତୁ ମୁଁ ମୋ ମନରେ ତାଙ୍କୁ କେବେ କ୍ଷମା କରିପାରିବି ନାହିଁ ।
ମୋଦି କହିଛନ୍ତି, ଏଭଳି ବିଷୟ ସମ୍ପୂର୍ଣ୍ଣ ଭାବେ ଘୃଣା ଯୋଗ୍ୟ । ଭବ୍ୟ ସମାଜରେ ଏଭଳି ଆଲୋଚନା କରାଯାଏ ନାହିଁ । ଯଦିଓ ସେମାନେ (ସାଧ୍ୱୀ ପ୍ରଜ୍ଞା, ଅନନ୍ତ ହେଗଡ଼େ ) ଏନେଇ କ୍ଷମା ପ୍ରାର୍ଥନା କରିଛନ୍ତି । କିନ୍ତୁ ସେ ମୋଦି ନିଜ ମନରୁ କେବେ ବି କ୍ଷମା କରିପାରିବେ ନାହିଁ ।