April 16, 2024

ଫେବ୍ରୁଆରୀ ୨୨ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

1 min read
HSC-Exam-Aajira-Odisha

ଆଓରି-ଭୁବନେଶ୍ଵର(୧୪/୧୨) : ଆସନ୍ତା ଫେବ୍ରୁଆରୀ ୨୨ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ଓ ମାର୍ଚ୍ଚ ୮ ମଧ୍ୟରେ ଅନୁଷ୍ଠିତ ହେବ । ଏ ସଂପର୍କରେ ଆଜି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ବୋର୍ଡ ପକ୍ଷରୁ ଏନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ସଭାପତି ଜାହାନାରା ବେଗମ ଘୋଷଣା କରିଛନ୍ତି । ପ୍ରଥମ ଦିନରେ ପ୍ରଥମ ଭାଷା ବା ମାତୃଭାଷା ପରୀକ୍ଷା ହେବ । ଓଡ଼ିଆ ସମେତ ୫ଟି ଭାଷା ଏହି ତାଲିକାରେ ରହିଛି । ୨୫ରେ ଇଂରାଜୀ ପରୀକ୍ଷା ହେବ । ଫେବ୍ରୁଆରୀ ୨୭ରେ ହିନ୍ଦୀ ଓ ୨୮ରେ ସଂସ୍କ୍‌ତ ପରୀକ୍ଷା ହେବ । ମାର୍ଚ୍ଚ ୨ରେ ଗଣିତ, ମାର୍ଚ୍ଚ ୬ରେ ସାଧାରଣ ବିଜ୍ଞାନ ଓ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.