March 17, 2023

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ୧୭ଟି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା

1 min read

ଆଓରି-ନୂଆଦିଲ୍ଲୀ(୦୯/୦୭) : ଜାତୀୟ ରାଜଧାନୀ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜୁରାଟ, ରାଜସ୍ଥାନ ସମେତ ଦେଶର ୧୭ ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଚେତାବନୀ ଜାରି କରିଛି।
ମୁମ୍ବଇରେ ସୋମବାର ମୂଷଳ ଧାରାରେ ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଟ୍ରାଫିକ ଜାମ ସହ ରେଳ ଓ ବିମାନ ଚଳାଚଳ ପ୍ରଭାବିତ ହୋଇଛି।

ଦେଶର ଆର୍ଥିକ ରାଜଧାନୀ ମୁମ୍ବଇରେ ସୋମବାର ସକାଳ ୬ ଘଣ୍ଟା ମଧ୍ୟରେ ୧୨୨ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ କେତେକ ରେଳ ଚଳାଚଳ ବାତିଲ ହୋଇଥିବାବେଳେ ବିମାନ ଉଡ଼ାଣ ପ୍ରଭାବିତ ହୋଇଥିଲା। ୩ଟି ବିମାନର ଆକାଶ ପଥ ପରିବର୍ତ୍ତନ କରିବାକୁ ପଡିଥିଲା। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜାରି ସତର୍କ ସୂଚନା ଅନୁସାରେ ଆସନ୍ତା ୩ରୁ ୪ ଦିନରେ ଉତ୍ତର-ପୂର୍ବ ଏବଂ ପଶ୍ଚିମ ସମୁଦ୍ର ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆରବ ସାଗରରେ ପ୍ରବଳ ବେଗରେ ପବନ ବହୁଥିବାରୁ କର୍ଣ୍ଣାଟକର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବଡ଼ ବଡ଼ ଜୁଆର ମାଡ଼ ହେବ। ତେଣୁ ସମୁଦ୍ର ତଟବର୍ତ୍ତୀ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଆଜି ପର୍ଯ୍ୟନ୍ତ ୨୦ ରାଜ୍ୟରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଛି। ଜୁନ ୧ରୁ ଜୁଲାଇ ୭ ପର୍ଯ୍ୟନ୍ତ ଦେଶରେ ୧୭୯ ମିମି ବର୍ଷା ହୋଇଛି। ସ୍ୱାଭାବିକ ବର୍ଷାରେ ଏହି ସମୟ ମଧ୍ୟରେ ୨୨୫.୪ ମିମି ବର୍ଷା ହେବାର ଥିଲା। କୃଷି ମନ୍ତ୍ରାଳୟ ଅନୁସାରେ ଜୁନ ଏବଂ ଜୁଲାଇ ପ୍ରଥମ ସପ୍ତାହରେ ମୌସୁମୀ ବର୍ଷା କମ ହୋଇଥିବାରୁ ଖରିପ ଫସଲ ପ୍ରଭାବିତ ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.