April 1, 2023

ଗୋଦାମ ଗୃହରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

1 min read
Fired-at-Electronics-Godown-Aajira-Odisha

ଆଓରି-ଭୁବନେଶ୍ଵର(୧୪/୦୩) : ଭଦ୍ରକ ବନ୍ତଛକ ସ୍ଥିତ ଏକ ଇଲେକ୍ଟ୍ରୋନିକ ଉପକରଣ ଥିବା ଗୋଦାମ ଗୃହରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ସମ୍ପତି ଜଳିଯାଇଥିବା ଜଣାପଡ଼ିଛି । ବନ୍ତ ଛକ ସ୍ଥିତ ଜଗନ୍ନାଥପୁର ଏସବିଆଇ ବ୍ୟାଙ୍କ ଉପର ମହଲାରେ ଥିବା ବଜାଜ ଡିସଟ୍ରିବୁଟର ନାମକ ଇଲେକ୍ଟ୍ରୋନିକ ଗୋଦାମ ଗୃହରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା ।

ଅଗ୍ନିକାଣ୍ଡ ଏତେ ଜୋର ଥିଲା ଯେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଭଦ୍ରକ ଦମକଳର ୪ଟି ଗାଡି ନିୟୋଜିତ ହୋଇଥିଲା  । ପରେ ଦମକଳ ପକ୍ଷରୁ ୧୮ଜଣ କର୍ମଚାରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ ।ଏଥିରେ କାହାର କ୍ଷତି ହୋଇନଥିବା ବେଳେ ବିଭିନ୍ନ କମ୍ପାନୀ ର ନାମିଦାମୀ ଜିନିଷପତ୍ର ସହ ଦରକାରୀ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜିନିଷ ପୋଡି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି  ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.