March 25, 2023

ମୁଖ୍ୟମନ୍ତ୍ରୀ ପରିବାର ସମୃଦ୍ଧି ଯୋଜନା ଆରମ୍ଭ କଲେ ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

1 min read
Manohar-Lal-Khattar-Aajira-Odisha

ଆଓରି-ନୂଆଦିଲ୍ଲୀ(୩୦/୦୮) : ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଶୁକ୍ରବାର ‘ମୁଖ୍ୟମନ୍ତ୍ରୀ ପରିବାର ସମୃଦ୍ଧି ଯୋଜନା’ ନାମକ ଏକ ନୂଆ ଏବଂ ବଡ଼ ଯୋଜନାର Mukhyamantri-parvar-samridhi-yojna-Aajira-Odishaଶୁଭାରମ୍ଭ କରିଛନ୍ତି।

ଏହି ଯୋଜନା ଅନୁସାରେ ବର୍ଷକୁ ୧.୮୦ ଲକ୍ଷରୁ କମ ଟଙ୍କା ଆୟ କରୁଥିବା ଲୋକଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ‘ମୁଖ୍ୟମନ୍ତ୍ରୀ ପରିବାର ସମୃଦ୍ଧି ଯୋଜନା’ରେ ଆର୍ଥିକ ଦୁର୍ବଳ ବା ଗରିବ ଲୋକେ ଲାଭ ପାଇବେ। ପଞ୍ଚକୁଳାଠାରେ ଆୟୋଜିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ହରିୟାଣା ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ଏହି ଯୋଜନା ଆରମ୍ଭ କରାଯାଇଛି। ପ୍ରକାଶ ଯେ ଚଳିତ ବର୍ଷ ଅକ୍ଟୋବରରେ ହରିୟାଣାରେ ବିଧାନସଭା ନିର୍ବାଚନ ହେବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.