ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ; ଏଚଡି କୁମାର ସ୍ଵାମୀ
1 min read
ଆଓରି-ନୂଆଦିଲ୍ଲୀ(୧୧/୦୭) : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଗୁରୁବାର କ୍ୟାବିନେଟ ବୈଠକ ପରେ ନିଜ ପଦରୁ ଇସ୍ତଫା ଦେଇପାରନ୍ତି । ସୂଚନାନୁସାରେ, ଆଜି ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ ବୈଠକରେ ଯୋଗଦେବା ପରେ ସେ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ଭଲାଙ୍କୁ ତାଙ୍କର ଇସ୍ତଫା ପତ୍ର ଦେଇପାରନ୍ତି । ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଦେଖାଯାଇଥିବା ବିବାଦର ସମାଧାନ ପାଇଁ ଏଚ ଡି କୁମାରସ୍ୱାମୀ ରାଜ୍ୟପାଳଙ୍କୁ ନିବେଦନ କରିପାରନ୍ତି । କୁମାରସ୍ୱାମୀ ନିଜ ବାପା ଏବଂ ଜେଡିଏସ ମୁଖ୍ୟ ଏଚଡି ଦେବେଗୌଡ଼ାଙ୍କୁ ଗୁରୁବାର ସନ୍ଧ୍ୟାରେ ଭେଟିବାର କାର୍ଯ୍ୟକ୍ରମ ରହିଛି ।