ଶେଷରେ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ସରକାର ; ବଦଳାଇଛନ୍ତି ବଦ ବିକ୍ରି ନିଷ୍ପତ୍ତି
1 min read
ଆଓରି-ଭୁବନେଶ୍ଵର(୨୬/୧୧) : ଶେଷରେ ଲୋକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଛନ୍ତି ସରକାର। ଆଉ ବଦଳାଇଛନ୍ତି ବଦ ବିକ୍ରି ନିଷ୍ପତ୍ତି। ହକି ବିଶ୍ୱକପ୍ ପାଇଁ ରାତି ସାଢେ ଗୋଟାଏ ଯାଏଁ ମଦ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ଜୋରଦାର ବିରୋଧ କରାଯାଇଥିଲା। ବିରୋଧ ପରେ ସରକାର ଆଜି ଏହି ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଛନ୍ତି।
ସୂଚନାଯୋଗ୍ୟ, ହକି ବିଶ୍ୱକପ ପାଇଁ ରାତି ସାଢେ ଗୋଟାଏ ଯାଏଁ ଅନସପରେ ବିକ୍ରି ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ରାତି ସାଢେ ଗୋଟାଏ ଯାଏ କେବଳ ବାର ଓ ରେସ୍ତୁରାଁ ମଦ ବିକ୍ରି କରିହେବ । ଏନେଇ ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି ପୂର୍ବ ନିଷ୍ପତ୍ତିରେ ଅନିଚ୍ଛାକୃତ ତ୍ରୁଟି ରହିଥିଲା । ତେବେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇଛି । ଅବକାରୀ ବିଭାଗର ପୂର୍ବ ନିଷ୍ପତ୍ତିକୁ ବିରୋଧ କରି ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଶିଶି ଭୂଷଣଙ୍କ ବାସଭବନ ଘେରାଉ । ରାତି ଦେଢଟା ଯାଏ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରି ଏହି ଘେରାଉ କରାଯାଇଥିଲା । ହକି ବିଶ୍ୱକପ୍ ପାଇଁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯାଇଥିଲା।