ପିଏମ ମୋଦିଙ୍କ ନିମନ୍ତ୍ରଣକ୍ରମେ ଭାରତ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବୟା
1 min read
ଆଓରି-ନୂଆଦିଲ୍ଲୀ(୨୦/୧୧) : ପିଏମ ମୋଦିଙ୍କ ନିମନ୍ତ୍ରଣ କ୍ରମେ ଭାରତ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ । ଶ୍ରୀଲଙ୍କାର ନବ ନିର୍ବାଚିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ନଭେମ୍ବର ୨୯ ତାରିଖ ଦିନ ଭାରତକୁ ଆସିବେ। ନୂତନ ରାଷ୍ଟ୍ରପତିଙ୍କୁ ପ୍ରଥମ କରି ଭେଟିବା ପରେ ଏ କଥା ନିଶ୍ଚିତ କରି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଟୁଇଟ୍ କରିଛନ୍ତି । ମିଳିତ ଶାନ୍ତି, ପ୍ରଗତି, ସମୃଦ୍ଧି ଓ ନିରାପତ୍ତା ନିମେନ୍ତେ ଭାଗିଦାରୀ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଜଣାଇଲି। ତାଙ୍କର ନେତୃତ୍ୱରେ ଭାରତ ଓ ଶ୍ରୀଲଙ୍କାର ସମ୍ପର୍କ ଉନ୍ନତ ହେବ ବୋଲି ଦୃଢ଼ନିଶ୍ଚିତ ବୋଲି ଟୁଇଟ୍ କରି କହିଛନ୍ତି ଏସ୍. ଜୟଶଙ୍କର ।
ମଙ୍ଗଳବାର ଦିନ ବିମାନଯୋଗେ କଲମ୍ବୋ ଯାତ୍ରା କରି ନବ ନିର୍ବାଚିତ ଶ୍ରୀଲଙ୍କୀୟ ରାଷ୍ଟ୍ରପତିଙ୍କୁ ଭେଟିଥିବା ପ୍ରଥମ ଉଚ୍ଚସ୍ତରୀୟ ବିଦେଶୀ ଗଣ୍ୟମାନ୍ୟ ବ୍ୟକ୍ତି ହେଉଛନ୍ତି ଜୟଶଙ୍କର।