April 25, 2024

୨୧ବର୍ଷରେ ପଦାର୍ପଣ କଲା ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍

1 min read
google-search-engine-celebrates-21st-birth-anniversary

ଆଓରି-ନୂଆଦିଲ୍ଲୀ(୨୭/୦୯) : ଦୁନିଆର ସବୁଠୁ ଲୋକପ୍ରିୟ, ପ୍ରସିଦ୍ଧ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ଆଜି ପୁରିଲା ୨୧ ବର୍ଷ । ଏନେଇ ଗୁଗୁଲ୍ କର୍ମଚାରୀ ଆଜି ୨୧ ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଗୁଗଲ୍ ନିଜର ଡୁଡୁଲ୍ ପ୍ରସ୍ତୁତ କରି ଶୁଭକାମନା ଜଣାଇଛି । ଡୁଡୁଲ୍‌ରେ  ଗୁଗଲ୍ ନିଜର ଏକ ପୁରୁଣା କମ୍ପ୍ୟୁଟରକୁ ଦେଖାଇଛି । ଯେଉଁଥିରେ ସେହି ସମୟର ଏକ ପୁରୁଣା ସିପିୟୁ ,ମନିଟର୍ , କି-ବୋର୍ଡ ଏବଂ ମାଉସ୍ ରହିଛି । ଏହି ଫଟୋରେ ’୯୮ ୯ ୨୭’ ଲେଖାଥିବାର ମଧ୍ୟ ଦେଖାଯାଉଛି । ୧୯୯୮ ମସିହାରେ କମ୍ପ୍ୟୁଟରରେ ସ୍ନାତକ ପାଠ ପଢୁଥିବା ୨ ଜଣ ଛାତ୍ର ଲେରୀ ପେଜ୍ ଏବଂ ସର୍ଗେ ବ୍ରିନ୍ ଙ୍କୁ ଲାର୍ଜ ସ୍କେଲ୍ ର ସର୍ଚ୍ଚ ଇଞ୍ଜିନ୍ ପ୍ରସ୍ତୁତ କରିବାର ଉପାୟ ମୁଣ୍ଡକୁ ଜୁଟିଥିଲା । ପିଏଚଡି ସମୟରେ ଦୁହିଁଙ୍କ ଏ ବିଷୟକୁ ନେଇ ପ୍ରୋଜେକ୍ଟ ଥିଲା । ଏହି ଦୁହିଁଙ୍କର କ୍ରିଏଟିଭିଟ୍‌ ଆଜି ଗୁଗୁଲ୍‌କୁ ଦୁନିଆର ସବୁଠାରୁ ବଡ଼ ପ୍ଲାଟଫର୍ମ ହେବାରେ ଗୌରବ ଅର୍ଜନ କରିଛି ।

ଗୁଗଲ୍‌ର ଜନ୍ମଦିନ ଅନେକ ସମୟରେ ପରିବର୍ତ୍ତନ ହୋଇଛି । ୨୦୦୫ ପର୍ଯ୍ୟନ୍ତ ଗୁଗଲ୍ ନିଜ ଜନ୍ମଦିନ ସେପ୍ଟେମ୍ବର ୭ ତାରିଖ ରେ ପାଳନ କରି ଆସୁଥିଲା । ଏହାପରେ କିଛି ବର୍ଷ ପର୍ଯ୍ୟନ୍ତ କମ୍ପାନୀ ୮ ସେପ୍ଟେମ୍ବର ଏବଂ ୨୬ ସେପ୍ଟେମ୍ବରରେ ପାଳନ କରି ଆସିଲା । ନିକଟରେ କମ୍ପାନୀ ପୁଣି ସେପ୍ଟେମ୍ବର ୨୭ ତାରିଖରେ ଜନ୍ମଦିନ ପାଳନ କରିବାକୁୁ ନିଷ୍ପତ୍ତି ନେଲା । ଆଜିର ସମୟରେ ଗୁଗୁଲ୍ ସମସ୍ତଙ୍କ ମନପସନ୍ଦର ସର୍ଚ୍ଚ ଇଞ୍ଜିନ୍ ହୋଇପାରିଛି ଏବଂ ଏହା ୧୦୦ ରୁ ଅଧିକ ଭାଷାରେ କାମ କରିବାର ଗୌରବ ଅର୍ଜନ କରିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.