March 25, 2023

ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ଗଜେନ୍ଦ୍ର ସିଂହ ଶେଖାୱତ

1 min read
Gajendra-Singh-Sekhawat-Aajira-Odisha

ଆଓରି-ଭୁବନେଶ୍ଵର(୨୧/୦୯) : ଭୁବନେଶ୍ୱରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା ଦିବସ କାର୍ଯ୍ୟକ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଯୋଗଦେଇଛନ୍ତି । ଏହି ଅବସରରେ ନିକଟରେ କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇ ଆସିଥିବା ଅନୁଚ୍ଛେଦ ୩୭୦ ଓ ଧାରା ୩୫-ଏ ର ଉଚ୍ଛେଦ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଶେଖାୱତ ବୁଦ୍ଧିଜୀବୀ ଓ ଯୁବପୀଢ଼ିଙ୍କ ସହ ଆଲୋଚନା କରିଥିଲେ। ଜାମ୍ମୁ କାଶ୍ମୀର​ ଏବେ ବିକାଶ ପଥରେ ଆଗେଇ ଚାଲିଛି ଏବଂ ବିକାଶର ନୂତନ ଶିଖରରେ ପହଞ୍ଚିବ ବୋଲି ସେ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ବିଜେପି ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.