April 18, 2024

ବିଶ୍ୱ ଶାନ୍ତି ପାଇଁ ଏକାଠି କାମ କରିବେ ଜାପାନ-ଆମେରିକା-ଭାରତ ; ନରେନ୍ଦ୍ର ମୋଦୀ

1 min read
Narendra-Modi-Aajira-Odisha

ଆଓରି-ନୂଆଦିଲ୍ଲୀ(୦୧/୧୨) : ଆମେରିକା ଓ ଜାପାନ ମିଳିତ ଭାବେ କାର୍ଯ୍ୟ କରିବେ। ଜି-୨୦ ଶିଖର ସମ୍ମିଳନୀରେ ତିନିଦେଶ ମଧ୍ୟରେ ହୋଇଥିବା ମିଳିତ ବୈଠକ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘୋଷଣା କରିଛନ୍ତି। ତିନି ଦେଶର ନାଁ ପ୍ରଥମ ଅକ୍ଷର ଜେ, ଏ ଏବଂ ଆଇ ଅନୁସାରେ ‘ଜୟ’ ହୋଇ କାମ କରିବେ ବୋଲି ସେ କହିଛନ୍ତି। ବିଶ୍ୱ ଶାନ୍ତି ଓ ପ୍ରଗତି ପାଇଁ ତିନିଦେଶର ଲକ୍ଷ ଓ ଚିନ୍ତାଧାରା ସମାନ ହୋଇଥିବାରୁ ଏଦିଗରେ କାର୍ଯ୍ୟକରିବାକୁ ମିଳିତ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଭାରତକୁ ସହଯୋଗ କରିବା ପାଇଁ ରାଜି ହୋଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମୋଦି ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଆର୍ଜେଣ୍ଟିନାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦେଶର ନେତାଙ୍କୁ ଭେଟିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.