ଭାରତକୁ ପ୍ରବେଶ କରିଛନ୍ତି ଆଇଏସଆଇ ଏଜେଣ୍ଟ ସମେତ ୪ ଜଣ ଆତଙ୍କବାଦୀ ; ସମଗ୍ର ଦେଶରେ ହାଇଆଲର୍ଟ ଜାରି
1 min read
ଆଓରି-ନୂଆଦିଲ୍ଲୀ(୨୦/୦୮) : ରାଜସ୍ଥାନ-ଗୁଜରାଟ ସୀମା ଦେଇ ପାକିସ୍ତାନର ଗୋଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ୍ ଇଣ୍ଟଲିଜେନ୍ସ (ଆଇଏସଆଇ) ଏଜେଣ୍ଟ ସମେତ ୪ ଜଣ ଆତଙ୍କବାଦୀ ସେମାବାର ଭାରତକୁ ପ୍ରବେଶ କରିଛନ୍ତି । ଏନେଇ ସୂଚନା ମିଳିବା ପରେ ରାଜସ୍ଥାନ-ଗୁଜରାଟ ସମେତ ପୁରା ଦେଶରେ ହାଇ ଆର୍ଲଟ ଜାରି କରାଯାଇଛି । ଆଫଗାନିସ୍ତାନୀ ପାସପୋର୍ଟ ଜାରିଆରେ ଏମାନେ ଭାରତକୁ ପ୍ରବେଶ କରିଥିବା ଜଣାପଡିଛି ।
ଏହାପରେ ସମଗ୍ର ଦେଶରେ ହାଇଆଲର୍ଟ ଜାରି କରାଯାଇଛି । ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଏଜେଣ୍ଟ ଭାରତକୁ ଆସିଥିବାରୁ ଏବେ ରାଜସ୍ଥାନ ଓ ଗୁଜୁରାଟ ସହ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ସୂଚନା ଅନୁସାରେ ଗୁଇନ୍ଦା ସଂସ୍ଥା ଗୁଡ଼ିକ ପକ୍ଷରୁ ସୂଚନା ମିଳିଛି କି, ଯେ କୌଣସି ମୂହୁର୍ତ୍ତରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ସୁଯୋଗ ପାଇଲେ ଜମ୍ମୁ-କଶ୍ମୀର ଉପତ୍ୟକାରେ ଅସ୍ଥିରତା ସୃଷ୍ଟି କରି ପାରନ୍ତି ।
ଏହି କ୍ରମରେ ଗୁଇନ୍ଦା ବିଭାଗ ପକ୍ଷରୁ ଭାରତୀୟ ସେନା, ବାୟୁସେନା ଓ ଜମ୍ମୁକଶ୍ମୀରରେ ମହଜୁଦ ଥିବା ସମସ୍ତ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟରେ ରହିବାକୁ କୁହାଯାଇଛି। ଯାହାଫଳରେ ଏବେ ଜାମ୍ମୁକାଶ୍ମୀରରେ ବ୍ୟାପକ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ ହୋଇଥିବାରୁ ଦେଶର ଅନ୍ୟ ଅଂଚଳରେ ଆତଙ୍କବାଦୀ ଆକ୍ରମଣ କରାଇବାକୁ ଯୋଜନା କରିଛନ୍ତି ।