ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ
1 min read
ଆଓରି-ନୂଆଦିଲ୍ଲୀ(୨୩/୦୮) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟସଭାର ସଭାପତି ଏମ୍ ଭେଙ୍କୟା ନାୟଡୁ ଏହି ଶପଥ ପାଠ କରାଇଥିଲେ । ତେବେ ଶପଥ ଗ୍ରହଣ ଉତ୍ସବରେ ସୋନିଆ ଗାନ୍ଧୀ, ରାହୁଲ୍ ଗାନ୍ଧୀ, ଗୁଲାମ ନବୀ ଆଜାଦ୍, ଅହମ୍ମଦ୍ ପଟେଲ ଙ୍କ ସମେତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ । ତେବେ ପ୍ରଥମ ଥର ପାଇଁ ମନମୋହନ ରାଜସ୍ଥାନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ମନମୋହନ ସିଂଙ୍କୁ ରାଜସ୍ଥାନରୁ ରାଜ୍ୟସଭା ପାଇଁ ପୁର୍ନବାର ଚୟନ କରାଯାଇଛି । ଏବେ ରାଜସ୍ଥାନରେ କଂଗ୍ରେସ ଶାସନ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଗତ ୨୮ ବର୍ଷ ହେବ ରାଜ୍ୟସଭାରେ ଆସାମକୁ ପ୍ରତିନିଧିତ୍ୱ କରି ଆସୁଥିଲେ। ତାଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଶେଷ ହୋଇଥିଲା । ପରେ ଏହି ଆସନ ପାଇଁ ମନମୋହନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।