ବିଜେପିରେ ଯୋଗଦେଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର
1 min read
ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପ୍ରକାଶ ମିଶ୍ର ବରିଷ୍ଠ ନେତା ଦାମୋଦର ରାଉତ , ବିଶ୍ୱଭୂଷଣ ହରିଚନ୍ଦନ ଏବଂ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଦ୍ଧିବଦ୍ଧ ଭାବରେ ବିଜେପିରେ ସାମିଲ ହୋଇଛନ୍ତି। ସେହିପରି ଶନିବାର ବିଜେଡ଼ି ଛାଡ଼ିଥିବା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି। ଆୟୋଜିତ ମିଶ୍ରଣ ପର୍ବରେ ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଦ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ପ୍ରକାଶ ମିଶ୍ର ପୋଲିସ ଡିଜି ରହିଥିବା ବେଳେ ରାଜ୍ୟ ସରକାରଙ୍କ ସହ ତାଙ୍କର ଛତିଶ କା ଆଙ୍କଡ଼ା ରହିଥିଲା । ରାଜ୍ୟ ସରକାରଙ୍କ ଏକ ମିଛ ପିଟିସନ୍ ଯୋଗୁଁ ପ୍ରକାଶଙ୍କ ଚାକିରି କ୍ଷେତ୍ରରେ ବିଭିନ୍ନ ଅନିୟମିତତା ହୋଇଥିଲା । ତେବେ ପ୍ରକାଶ ନିର୍ବାଚନ ମଇଦାନକୁ ଓହ୍ଲାଇବା ପରେ କ’ଣ ରହିବ ରାଜନୈତିକ ସ୍ଥିତି ତାହା ଦେଖିବା ପାଇଁ ଏବେ ସମସ୍ତେ ଅପେକ୍ଷାରତ ।