June 27, 2022

ଭାଜପାରେ ଯୋଗ ଦେଲେ ଇସ୍ରୋର ପୂର୍ବତନ ମୁଖ୍ୟ ମାଧବନ ନାୟାର

1 min read
Aajira-Odisha

ଆଓରି-ନୂଆଦିଲ୍ଲୀ(୨୮/୧୦) : ଇସ୍ରୋର ପୂର୍ବତନ ମୁଖ୍ୟ ମାଧବନ ନାୟାର ରବିବାର ଭାଜପାରେ ଯୋଗ ଦେଇଛନ୍ତି। ଦଳ ଅଧ୍ୟକ୍ଷ ଅମିତ ଶାହ ତାଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଛନ୍ତି। ସେ ପୂର୍ବରୁ ଅନ୍ତରୀକ୍ଷ ଆୟୋଗର ଅଧ୍ୟକ୍ଷ ଥିଲେ। ନାୟାରଙ୍କୁ ୧୯୯୮ରେ ପଦ୍ମ ଭୂଷଣ ଓ ୨୦୦୯ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। କେରଳର ଥିରୁଭାନନ୍ତପୁରମରେ ରହୁଥିବା ନାୟାର କେରଳ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ଭାଭା ପରମାଣୁ ଅନୁସନ୍ଧାନ କେନ୍ଦ୍ରରେ ପଶିକ୍ଷଣ ନେଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.