ବିଜେପିରେ ଯୋଗଦେଲେ ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ
1 min read
ଆଓରି-ଭୁବନେଶ୍ଵର(୨୨/୦୬) : ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟଳୟରେ ପହଞ୍ଚିଲେ ପୂର୍ବତନ ଆଇଏଏସ୍ ଅଶ୍ୱିନୀ ବୈଷ୍ଣବ । ବିଜେପିରେ ବିଧି ବଦ୍ଧ ଭାବେ ଯୋଗ ଦେଲେ ଅଶ୍ୱିନୀ ବୈଷ୍ଣବ । ଅଶ୍ୱିନୀଙ୍କୁ ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି । ଅଶ୍ୱିନୀଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛି ବିଜେଡି । ପୂର୍ବରୁ ସେ ବାଲେଶ୍ୱରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ତେବେ ପୁଣି ଥରେ ଓଡିଶାର ସେବା କରିବା ପାଇଁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟମନେ କରିଛନ୍ତି । ସେ ପୁର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ ସଫଳତା ପୂର୍ବକ ନିଜ ଦାୟିତ୍ୱ ସମ୍ପାଦନା କରିଛନ୍ତି । ତେବେ ବିଜେପି ତାଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ବିଜେଡି ମଧ୍ୟ ସମର୍ଥନ କରିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଗତକାଲି ସନ୍ଧ୍ୟାରେ ଉଭୟ ବିଜେଡି ଓ ବିଜେପି ଅଶ୍ୱିନୀ ବୈଷ୍ଣବଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରିଥିଲେ । ଏଥିରେ ସାଧାରଣରେ ନାନା ପ୍ରଶ୍ନ ଉଠିଥିଲା । ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ବୋଲି ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ରାଜ୍ୟ ରାଜନୀତିରେ ହଠାତ୍ ଏଭଳି ମାହୋଲ ସୃଷ୍ଟି ହୋଇଥିଲା ଯେ, ରାଜନୈତିକ ବିଶଷଜ୍ଞମାନେ ମଧ୍ୟ ଏନେଇ କୌଣସି ସ୍ପଷ୍ଟୋକ୍ତି ଦେଇପାରି ନଥିଲେ । ଘଟଣାଟି ଏମିତି ଥିଲା ଯେ, ପ୍ରଥମେ ବିଜେପି ନିଜ ଅଫିସିଆଲ୍ ଟ୍ୱିଟ୍ ଆକାଉଣ୍ଟରେ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିବା ପରେ ବିଜେଡି ପକ୍ଷରୁ ମଧ୍ୟ ତାଙ୍କ ନାଁ ରାଜ୍ୟସଭା ପ୍ରାର୍ଥୀ ପାଇଁ ଘୋଷଣା କରାଯାଇଥିଲା । ଏହି ଘଟଣା ପ୍ରଚାରିତ ହେବାର କିଛି ସମୟ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅଶ୍ୱିନୀ ବିଜେପି ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଥିଲେ ।
ନୀବନ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହ ରାଜ୍ୟସଭା ଉପନିର୍ବାଚନ ନେଇ ଆଲୋଚନା କରିଥିଲେ । ତେଣୁ ସେ ତାଙ୍କୁ ସମର୍ଥନ ଜଣାଇଛନ୍ତି ।