March 24, 2023

ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟିଏନ୍‌ ଶେଷାନ୍‌ଙ୍କ ପରଲୋକ

1 min read
Former election commissioner TN Seshan Passed Away Aajira Odisha

ଆଓରି-ନୂଆଦିଲ୍ଲୀ(୧୧/୧୧) : ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍‌. ଶେଷାନ୍‌ଙ୍କର ୮୭ ବର୍ଷରେ ପରଲୋକ ଘଟିଛି । ୧୯୯୦ରୁ ୧୯୯୬ ଯାଏ ଭାରତର ୧୦ମ ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ୱ ତୁଲାଇଥିଲେ। ତାଙ୍କ ସମୟରେ ଭାରତର ନିର୍ବାଚନ ପ୍ରକ୍ରିୟା‌ରେ ବ୍ୟାପକ ସଂସ୍କାର ଅଣାଯାଇ ପାରିଥିଲା। କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ରାଜନୈତିକ ଦଳମାନଙ୍କ ପାଇଁ ଶେଷାନ୍‌ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ।

ନିରପେକ୍ଷତା, ନିଷ୍ଠାପରତା, ସ୍ବଚ୍ଛତା‌ ତାଙ୍କର ପରିଚୟ ଥିଲା। ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ ଭାବେ ଦାୟିତ୍ବ ତୁଲାଇବା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ କେନ୍ଦ୍ର କ୍ୟାବିନେଟ୍‌ ସଚିବ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ମୁଖ୍ୟ ନିର୍ବାଚନ କମିସନର ହେବା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ଲାନିଂ କମିସନ ସଦସ୍ୟ ଥିଲେ।

ଡିସେମ୍ବର ୧୯୩୨ରେ କେରଳର ପକ୍କଡ଼ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ଶେଷାନ ହାୱାର୍ଡ ବିଶ୍ବବିଦ୍ୟାଳୟରୁ ପବ୍ଲିକ ଆଡ୍‌ମିନିଷ୍ଟ୍ରେସନ (ସାଧାରଣ ପ୍ରଶାସନ)ରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିଥିଲେ। ୧୯୯୬ରେ ସେ ରମନ୍‌ ମାଗାସେସ୍‌ ପୁରସ୍କାର ଲାଭ କରିଥିଲେ। ମାତ୍ର ତାଙ୍କ ଶେଷ ଜୀବନ ବହୁ  ଯନ୍ତ୍ରଣାଦାୟକ ଥିଲା। ନିଃସନ୍ତାନ ଥିବା ଶେଷାନ ଶେଷ ଜୀବନରେ ବୃଦ୍ଧାଶ୍ରମରେ ରହୁଥିଲେ। ତାଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.