ବିଜେପିରେ ସାମିଲ ହେଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର
1 min read
ଆଓରି-ନୂଆଦିଲ୍ଲୀ(୨୨/୦୩) : ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର କ୍ରିକେଟ ପଡ଼ିଆ ଛାଡି ରାଜନୀତିରେ ଯୋଗଦେଇଛନ୍ତି। ସେ ଭାଜପାରେ ଶୁକ୍ରବାର ସାମିଲ୍ ହୋଇଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ଭାଜପା ବରିଷ୍ଠ ନେତା ଶିବଶଙ୍କର ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ଲୋକଙ୍କ ସେବା ପାଇଁ ସର୍ବଶ୍ରେଷ୍ଠ ପ୍ରୟାସ କରିବେ ବୋଲି ଗମ୍ଭୀର କହିଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ୍ଙ୍କୁ ଦଳରେ ଯୋଗଦେବା ପାଇଁ ଭାଜପା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।