ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ
1 min read
ଆଓରି-ନୂଆଦିଲ୍ଲୀ(୨୦/୦୭) : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ । ୮୧ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଶୀଲା ଦୀକ୍ଷିତ । ୧୫ ବର୍ଷ ଭାରତର ରାଜଧାନୀରେ ରାଜ କରିଥିବା ଶୀଲା ଦୀକ୍ଷିତଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।
ଦୀର୍ଘ ଦିନ ଧରି ଶୀଲା ଦୀକ୍ଷିତ ଶାରୀରିକ ଅସୁସ୍ଥତା କାରଣୁରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ବିଗିଡ଼ିବାକୁ ଲାଗିଥିଲା ।
ସୂଚନାଯୋଗ୍ୟ, ୧୯୩୮ ମସିହା ୩୧ ମାର୍ଚ୍ଚରେ ପଞ୍ଜାବର କୁରତାଲାଠାରେ ଜନ୍ମିତ ଶୀଲା କନ୍ନୌଜରୁ ଲୋକସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ୨୦୧୭ ମସିହାରେ ତାଙ୍କୁ କଂଗ୍ରେସ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ବାଛିଥିଲେ ମଧ୍ୟ ସେ ଏଥିରୁ ଓହରିଯାଇଥିଲା । ଜାତିସଂଘରେ ଭାରତକୁ ପ୍ରତିନିଧିତ୍ୱ କରିଥିବା ଶୀଲା କେନ୍ଦ୍ରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।