ବିଜେଡିରୁ ଇସ୍ତଫା ଦେଲେ ପାଲଲହଡ଼ାର ପୂର୍ବତନ ବିଧାୟକ ରବି ପାଣି
1 min read
ଆଓରି-ଭୁବନେଶ୍ଵର(୦୭/୦୪) : ଆଜି ବିଜେଡିରୁ ପୁଣି ଇସ୍ତଫା ଦେଇଛନ୍ତି ଜଣେ ବରିଷ୍ଠ ନେତା ତଥା ପାଲଲହଡ଼ାର ପୂର୍ବତନ ବିଧାୟକ ରବି ନାରାୟଣ ପାଣି । ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରବି ପାଣି । ତେବେ ଦଳ କାର୍ଯ୍ୟରେ ଅସନ୍ତୋଷ ଥିବାହେତୁ ଦଳ ଛାଡିଲେ ବୋଲି କହିଲେ ରବି । ଦଳ ଯେଉଁପରି ଚାଲିଛି ମୁଁ ଅସହାୟ ହୋଇ ଇସ୍ତଫା ଦେଲି ବୋଲି ପ୍ରକାଶ କଲେ ରବି । ସେ ଦେବଗଡ଼ର ଲୋକସଭା ସଦସ୍ୟ ଏବଂ ପାଲ୍ଲହଡାର ବିଧାୟକ ଥିଲେ।