March 21, 2023

ମତ୍ସ୍ୟ ଏବଂ ପଶୁସମ୍ପଦ କୃଷକମାନଙ୍କୁ ଯୋଗାଇ ଦିଆଯିବ କିଷାନ କ୍ରେଡିଟ୍ କାର୍ଡ ; ପ୍ରତାପ ଷଡ଼ଙ୍ଗୀ

1 min read

ଆଓରି-ନୂଆଦିଲ୍ଲୀ(୦୩/୦୭) : ମତ୍ସ୍ୟ ଏବଂ ପଶୁସମ୍ପଦ ମାଧ୍ୟମରେ ସ୍ଵାବଲମ୍ବୀ ହୋଇଥିବା ତଥା ଏହାକୁ ରୋଜଗାରର ମାଧ୍ୟମ ଭାବେ ଗ୍ରହଣ କରିଥିବା କୃଷକମାନଙ୍କୁ କେନ୍ଦ୍ର ସରକାର କିଷାନ କ୍ରେଡିଟ୍‍ କାର୍ଡ ସେବା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତର ଦେଇ ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି । ମଙ୍ଗଳବାର ଲୋକସଭାରେ ଏ ସଂପର୍କୀତ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ,  କିଷାନ କ୍ରେଡିଟ୍‍ କାର୍ଡ ସୁବିଧା ଦ୍ୱାରା ମତ୍ସ୍ୟ, ପଶୁସମ୍ପଦ ବିଶେଷକରି କୁକୁଡ଼ା ଫାର୍ମ ଆଦି କ୍ଷେତ୍ରରେ ନିୟୋଜିତ କୃଷକମାନେ ସେମାନଙ୍କର ବ୍ୟବସାୟ ପାଇଁ ବ୍ୟାଙ୍କ ମାଧ୍ୟମରେ ଅର୍ଥ ପାଇ ପାରିବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.