March 24, 2023

ଆଜି ଭାରତ-ନ୍ୟୁଜିଲାଣ୍ଡ ମହା ମୁକାବିଲା

1 min read

ଆଓରି-ନୂଆଦିଲ୍ଲୀ(୦୯/୦୭) : ୨୦୧୯ କ୍ରିକେଟ ବିଶ୍ଵକପ୍‌ରେ ମଙ୍ଗଳବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ସର୍ବାଧିକ ପଏଣ୍ଟ ହାସଲ କରି ପ୍ରଥମ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଭେଟିବ। ଟାଇଟଲ ହାତେଇବା ଲାଗି ଉଭୟ ଟିମ୍‌ ଦାବିଦାର ଥିବାରୁ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ମଞ୍ଚେଷ୍ଟରରେ ଏହି ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ଏହି ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆ ତା’ର ପାରମ୍ପରିକ ପ୍ରତିଦ୍ଵନ୍ଦୀ ପାକିସ୍ତାନକୁ ହରାଇଥିବାରୁ ମ୍ୟାଚ୍‌ରେ ଭାରତ ଭଲ ପ୍ରଦର୍ଶନ କରିବା ସହିତ ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇ ଫାଇନାଲରେ ନିଜର ସ୍ଥାନ ପକ୍କା କରିବ ବୋଲି ପ୍ରଶଂସକମାନେ ଆଶାବାଦୀ ରହିଛନ୍ତି। ଅନ୍ୟପଟେ ବିଶ୍ଵକପ୍‌ରେ ଉଭୟ ଟିମ୍ ପରସ୍ପରକୁ ୮ଥର ଭେଟିଥିବାବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରେ ଏବଂ ଭାରତ ୩ଟିରେ ବିଜୟ ହାସଲ କରିଛି। ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.