March 21, 2023

ପୁନର୍ବାର ଏସ୍‌ସିବିରେ ଅଗ୍ନିକାଣ୍ଡ

1 min read

ଆଓରି-ଭୁବନେଶ୍ଵର(୦୮/୦୩) : ପୁଣି କଟକ ଏସ୍‌ସିବିରେ ଲାଗିଲା ନିଆଁ । ପାଥୋଲୋଜି ବିଭାଗର ଦୁଇଟି ବିଭାଗରେ ନିଆଁ ଲାଗିଥିବା ଜଣାପଡ଼ିଛି । ଏହି ଅଗ୍ନକାଣ୍ଡରେ ମେଡିକାଲର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଦେଖାଯାଇଛି । ଏହା ସହ ବହୁ ଗୁରୁତ୍ୱପୁର୍ଣ୍ଣ ମେଡିକାଲ ଯନ୍ତ୍ରାଂଶ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି ।

ଆଗ୍ନିକାଣ୍ଡ ଯୋଗୁଁ ରୋଗୀ ଓ ସେମାନଙ୍କ ଆତ୍ମୀୟମାନେ ଭୟଭିତ ହୋଇପଡ଼ିଥିଲେ । ଫଳରେ ରୋଗୀମାନଙ୍କୁ ସେଠାରୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ନିଆଁ ଲାଗିବା ପରେ ସେଠାରେ ଉପସ୍ଥିତ ଲୋକ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ।

ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।

ତେବେ ବାରମ୍ବାର ଏସ୍‌ସିବିରେ ନିଆଁ ଲାଗୁଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ପ୍ରକାଶ କରୁଛନ୍ତି । ପ୍ରଶାସନ ଅପାରଗତା ଯୋଗୁଁ ଏଭଳି ଘଟୁଥିବା ଲୋକେ ଅଭିଯୋଗ କରୁଛନ୍ତି । ନିୟମିତ ଭାବେ ଯାଞ୍ଚ ଏବଂ ରକ୍ଷଣା ବେକ୍ଷଣ କରାଯାଉନଥିବାରୁ ଏଭଳି ଘଟୁଥିବା କୁହାଯାଉଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.