ବିଜେପିରେ ଯୋଗଦେଲେ ଅଭିନେତ୍ରୀ ଜୟପ୍ରଦା
1 min read
ଆଓରି-ନୂଆଦିଲ୍ଲୀ(୨୬/୦୩) : ବଲିଉଡ୍ର ପୂର୍ବତନ ଅଭିନେତ୍ରୀ ଜୟପ୍ରଦା ବିଜେପିରେ ସାମିଲ ହୋଇଛନ୍ତି । ବିଜେପି କାର୍ଯ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି । ଏହାପରେ ସେ ବିଜେପି ପାଇଁ କାମ କରିବେ ବୋଲି ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି ।
ରାମପୁରରୁ ସେ ଆଜମ ଖାନ୍ଙ୍କ ବିରୁଦ୍ଧରେ ବିଜେପିର ଲୋକ ସଭା ପାଇଁ ପ୍ରାର୍ଥୀ ହୋଇ ପାରନ୍ତି । ପୂର୍ବରୁ ଜୟପ୍ରଦା ସମାଜବାଦୀ ପାର୍ଟିର ସଦସ୍ୟା ଥିଲେ। ସମାଜବାଦୀ ପାର୍ଟିର ଟିକେଟରେ ସେ ବିଜୟୀ ହୋଇ ଲୋକସଭାର ସାସଂଦ ହୋଇଥିଲେ ।
୨୦୧୦ରେ ତାଙ୍କୁ ସମାଜବାଦୀ ପାର୍ଟିରୁ ନିଲମ୍ବିତ ହେଲାପରେ ପୂର୍ବତନ ସମାଜବାଦୀ ନେତା ଅମର ସିଂଙ୍କ ରାଷ୍ଟ୍ରୀୟ ଲୋକମଞ୍ଚ ପାର୍ଟିରେ ସାମିଲ ହୋଇଥିଲେ । ମାତ୍ର ଏହି ଦଳ ବିଧାନସଭା ନିର୍ବାଚନରେ କୌଣସି ଆସନରୁ ବିଜୟ ଲାଭ କରି ପାରି ନଥିଲା । ଜୟପ୍ରଦା ଅମରସିଂଙ୍କୁ ନିଜର ରାଜନୈତିକ ଗୁରୁ ବୋଲି ମାନନ୍ତି ।