କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ନିଷ୍ପତି ନେଲେ କେନ୍ଦ୍ର ସରକାର
1 min read
ଆଓରି-ନୂଆଦିଲ୍ଲୀ(୧୯/୦୩) : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବି ଏବଂ ସି ବର୍ଗର ୫୦ ପ୍ରତିଶତ କର୍ମଚାରୀ ପ୍ରତିଦିନ ଅଫିସକୁ ଆସିବେ। ଅବଶିଷ୍ଟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଘରୁ କାମ କରିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। କର୍ମଚାରୀଙ୍କ କାର୍ଯ୍ୟ ସମୟ ପରିବର୍ତ୍ତନ କରାଯାଇପାରେ। କେନ୍ଦ୍ରୀୟ କର୍ମଚାରୀ, ଜନ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି।
ଆଦେଶ ଅନୁଯାୟୀ, ସମସ୍ତ କର୍ମଚାରୀ ପର୍ଯ୍ୟାୟ କ୍ରମେ ଘର ଏବଂ ଅଫିସରୁ କାର୍ଯ୍ୟ କରିବେ। କର୍ମଚାରୀଙ୍କ ଉପରେ ଏହି ଆଦେଶ ଏପ୍ରିଲ୍ ୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ। ସେହିପରି କରୋନା ଭାଇରସ ସହ ଜଡିତ ଥିବା କୌଣସି କର୍ମଚାରୀଙ୍କ ଉପରେ ଏହି ରୋଷ୍ଟର ସମୟ ଲାଗୁ ହେବ ନାହିଁ। ସେମାନେ ନିଜ କାର୍ଯ୍ୟ ଜାରି ରଖିପାରିବେ।