ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଲା ଇଂଲଣ୍ଡ
1 min read
ଆଓରି-ନୂଆଦିଲ୍ଲୀ(୧୨/୦୭) : ୨୦୧୯ କ୍ରିକେଟ ବିଶ୍ୱକପ୍ରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପହଞ୍ଚିଛି ଇଂଲଣ୍ଡ । ଗୁରୁବାର ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହୋଇଛି । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ମୋଟ୍ ୨୨୩ ରନ୍ କରି ୪୯ ଓଭରରେ ଅଲଆଉଟ୍ ହୋଇଥିଲା । ଏହାର ଜବାବରେ ମଇଦାନକୁ ଓହ୍ଲାଇଥିବା ଇଂଲଣ୍ଡ ଦଳ ୩୨.୧ ଓଭରରେ ୨୨୬ ରନ୍ କରି ମୋଟ ୨ଟି ଓ୍ୱିକେଟ୍ ହରାଇ ବିଜୟୀ ହୋଇଛି ।
ତେବେ ଇଂଲଣ୍ଡ ପକ୍ଷରୁ ଜସନ ରଏ ସର୍ବାଧିକ ୮୫ ରନ୍ ୬୫ ବଲ୍ରେ କରିଥିବା ବେଳେ ଜୋଏ ରୁଟ୍ ୪୬ ବଲ୍ରେ ୨୯ ରନ୍ କରିଛନ୍ତି । ସେହିଭଳି ଇଅନ୍ ମୋରଗାନ୍ ୩୯ ବଲ୍ରେ ୪୫ ରନ୍ କରିବାରେ ସଫଳ ହୋଇଛନ୍ତି ।
ଅଷ୍ଟ୍ରେଲିଆର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ପ୍ରଥମେ ମାତ୍ର ୯ରନ୍ କରି ଡେଭିଡ୍ ଓ୍ୱାରନର୍ ପ୍ୟାଭିଲିୟନ୍ ଫେରିଯାଇଥିବା ବେଳେ ଆରୋନ୍ ଫିଞ୍ଚ୍ ମାତ୍ର ଗୋଟିଏ ବଲ୍ ଖେଳି ୦ ରନ୍ କରି ପ୍ୟାଭିଲିୟନ୍ ଫେରିଯାଇଛନ୍ତି । ପରେ ଷ୍ଟିଭ୍ ସ୍ମିଥ୍ ଦଳର ପାରି ସମ୍ଭାଳିଥିଲେ । ସେ ୧୧୯ ବଲ୍ ଖେଳି ସର୍ବାଧିକ ୮୫ ରନ୍ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଆଲେକ୍ସ କ୍ୟାରେ ୪୬ ରନ୍ କରିଥିବା ବେଳେ ଗ୍ଲେନ୍ ମ୍ୟାକ୍ସଓ୍ୱେଲ୍ ୨୨ ଓ ମିଚେଲ୍ ଷ୍ଟାର୍କ ୨୯ ରନ୍ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ ଦୁଇ ଜଣ ଶୁନ୍ୟରେ ଆଉଟ୍ ହୋଇଥିବା ବେଳେ ଜଣେ ୧ ରନ୍ କରି ଆଉଟ୍ ହୋଇଛନ୍ତି । ସେହିଭଳି ଅନ୍ୟମାନେ ୩, ୪, ୫, ୬ ରନ୍ କରି ଆଉଟ୍ ହୋଇଛନ୍ତି ।