April 19, 2024

ଅଶ୍ୱିନ ଓ ଈଶାନ୍ତ ଶର୍ମାଙ୍କ ଆତ୍ମଘାତୀ ବୋଲିଂରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟସ୍ତ

1 min read

ଆଓରି-ନୂଆଦିଲ୍ଲୀ(୩/୮) : ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଓ ଈଶାନ୍ତ ଶର୍ମାଙ୍କ ଆତ୍ମଘାତୀ ବୋଲିଂରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଛି। ଇଂଲଣ୍ଡ ୫ ମ୍ୟାଚ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲାର ୩ୟ ଦିନରେ ଗୁରୁବାର ୬ଟି ଓ୍ଵିକେଟ ହରାଇ ୮୬ ରନ୍‌ ସଂଗ୍ରହ କରିଛି। ଦ୍ୱିତୀୟ ଦିନରେ ଭାରତ ୨୭୪ ରନ୍‌ ସଂଗ୍ରହ କରି ସମସ୍ତ ଓ୍ଵିକେଟ୍‌ ହରାଇ ପାଳି ଶେଷ କରିବା ପରେ ଇଂଲଣ୍ଡ ୨ୟ ଇନିଂସ ଆରମ୍ଭ କରିଥିଲା। ଓପନର କୁକ୍‌ କୌଣସି ରନ୍‌ ନ କରି ପାଭଲିଅନ୍‌ ଫେରିଥିଲେ।

ଆଜି ଇଂଲଣ୍ଡର ଅନ୍ୟତମ ଓପନ୍‌ର କିଏଟନ୍‌ ଜେନିଙ୍ଗସ୍‌ ୮ ରନ୍‌ ଯୋଡ଼ିବା ପରେ ଅଶ୍ୱିନଙ୍କ ବଲ ଲୋକେଶ ରାହୁଲଙ୍କୁ କ୍ୟାଚ ଦେଇଥିଲେ। ଜେନିଙ୍ଗସ୍‌ଙ୍କୁ ଅନୁସରଣ କରିଥିଲେ ଜୋଏ ରୁଟ(୧୪)। ରୁଟ ମଧ୍ୟ ଅଶ୍ୱିନଙ୍କ ବଲ ରାହୁଲଙ୍କୁ କ୍ୟାଚ ଦେଇଥିଲେ। ଦାଓ୍ଵିଦ ମଲାନ ୨୦ ରନ୍‌ ଯୋଡ଼ିବା ପରେ ଈଶାନ୍ତ ଶର୍ମାଙ୍କ ବଲ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିଲେ। ଇଂଲଣ୍ଡର ସଫଳ ବ୍ୟାଟସ୍‌ମ୍ୟାନ ଜନି ବେୟାରଷ୍ଟୋ ୪୦ଟି ବଲ ଖେଳି ୨୮ ରନ୍‌ ସଂଗ୍ରହ କରିବା ପରେ ଈଶାନ୍ତଙ୍କ ବଲ ଶିଖର ଧାଓ୍ଵନଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ। ତା’ପରେ ଭାରତର ଶିକାର ହୋଇଥିଲେ ବେନ୍‌ ଷ୍ଟୋକ(୬)। ସେ ମଧ୍ୟ ଈଶାନ୍ତଙ୍କ ବଲ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ କ୍ୟାଚ ଦେଇ ପାଭଲିଅନ ଫେରିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.