June 28, 2022

ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ: ଧାମରାରେ ସମୁଦ୍ର ଅଶାନ୍ତ

1 min read

ଆଓରି-ଭୁବନେଶ୍ଵର(୨୬/୦୫) : ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୟାସ୍ ବାତ୍ୟାର ପ୍ରଭାବ ଦେଖିବାକୁ ମିଳିଛି। ଜିଲ୍ଲାର ଭଣ୍ଡାରୀପୋଖରୀରେ ରାସ୍ତା ଉପରେ ଉପୁଡ଼ି ପଡ଼ିଛି ଗଛ। ଅଗ୍ନିଶମ ବିଭାଗ ଗଛ କଟା ଆରମ୍ଭ କରିଛନ୍ତି।ଏଣେ ଧାମରାରେ ସମୁଦ୍ର ଅଶାନ୍ତ ରହିଥିବାର ଖବର ମିଳିଛି। ଧାମରା ଅଞ୍ଚଳରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି ଏବଂ କେତେକ ରାସ୍ତା ଧୋଇଯାଇଛି। ଅତି ଭୀଷଣ ବାତ୍ୟାରେ ପରିଣତ ହୋଇସାରିଥିବା ୟସ୍‍ ଉପକୂଳର ଯେତିକି ନିକଟବର୍ତ୍ତୀ ହେବାରେ ଲାଗିଛି, ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ପରିମାଣ ଏବଂ ପବନର ବେଗ ଅନୁରୂପ ଭାବେ ବୃଦ୍ଧିପାଇବାରେ ଲାଗିଛି। ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲାରେ ପବନ ସହିତ ଅଧିକ ବର୍ଷା ହେବାନେଇ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟା ବାସୁଦେବପୁର ଓ ବାହାନଗା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହେବାପରେ ଭଦ୍ରକ, ବାଲେଶ୍ୱର ଜିଲାରେ ପବନ ଓ ବର୍ଷା ବଢିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.