March 25, 2023

୧୦୦ ମିଟର ଦୌଡ଼ରେ ସ୍ଵର୍ଣ୍ଣ ପଦକ ହାସଲ କଲେ ଓଡିଆ ଝିଅ ଦୂତି

1 min read

ଆଓରି-ନୂଆଦିଲ୍ଲୀ(୧୦/୦୭) : ଓଡ଼ିଶା ପାଇଁ ଗୌରବ ଆଣିଲେ ଦୂତି । ଇଟାଲିର ନାପୋଲିଠାରେ ଚାଲିଥିବା ୩୦ତମ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କ ଚମକ ଦେଖିବାକୁ ମିଳିଛି । ମହିଳା ୧୦୦ ମିଟର ଦୌଡ଼ରେ ଦୂତି ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଦୂତି ସୋମବାରର ପ୍ରଥମ ପର୍ଯ୍ୟାୟରେ ନିଜ ହିଟର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ଗତକାଲି ସେମିଫାଇନାଲରେ ୧୧.୪୧ ସେକେଣ୍ଡ ସମୟ ସହ ହିଟ୍ ନମ୍ବର-୨ର ପ୍ରଥମ ସ୍ଥାନରେ ରହି ଫାଇନାଲ୍ ଟିକେଟ ହାସଲ କରିଥିଲେ।

ଦୂତି ସେଠାରେ ୧୧.୩୨ ସେକେଣ୍ଡ ସହ ସ୍ଵର୍ଣ୍ଣ ପଦକ ଜିତି ଓଡ଼ିଶା ସହ ସମଗ୍ର ଭାରତ ବର୍ଷକୁ ଗୌରବାନ୍ୱିତ କରିଛନ୍ତି । ତେବେ ଦୂତିଙ୍କ ଏଭଳି ସପଳତା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.