March 26, 2023

ଓଜନ କମାଇବା ପାଇଁ ପିଅନ୍ତୁ ବ୍ରୋକଲି କଫି

1 min read

ଅଷ୍ଟ୍ରେଲିିଆର କମନୱେଲଥ ସାଇଣ୍ଟିଫିକ୍‌ ଆଣ୍ଡ୍‌ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ଏବେ ବ୍ରୋକୋଲି କଫିକୁ ଓଜନ କମ୍‌ କରିବାର ନୂଆ ଧାରାରେ ସାମିଲ କରିଛି। ଏହି କଫି ପ୍ରସ୍ତୁତ କରିବା ଅତି ସହଜ। ବ୍ରୋକୋଲିକୁ ଶୁଖାଇ ଗୁଣ୍ଡ କରି ତାହାକୁ କଫିରେ ପକାଇ ପିଅନ୍ତୁ। ଏହା ଶରୀରକୁ ହିତକର। ଦୁଇ ଚାମଚ ବ୍ରୋକୋଲି ଗୁଣ୍ଡ ୭୫ ଗ୍ରାମ ପରିବାରୁ ମିଳୁଥିବା ପୋଷ୍ଟିକ ତତ୍ତ୍ୱ ସହ ସମାନ । ବ୍ରୋକୋଲି କଫି ପିଇବା ଦ୍ୱାରା ହାର୍ଟ ଡିଜିଜ୍‌ ହୁଏନି। ଏହା ବି କ୍ୟାନ୍‌ସର ହେବାକୁ ଦିଏନି। ଏହା ବ୍ୟତୀତ ଏହି କଫି ଓଜନ କମାଇବାରେ ସାହାଯ୍ୟ କରେ। ୨୦୧୭ ମସିହାରେ ଜର୍ନାଲ ଅଫ୍‌ ନ୍ୟୁଟ୍ରିସନରେ ପ୍ରକାଶିତ ହୋଇଥିଲା ଯେ ଯେଉଁମାନଙ୍କ ଶରୀରରେ ଭିଟାମିନ ସି’ ସ୍ତର ବେଶି, ସେମାନଙ୍କ ଶରୀରରେ ଚର୍ବି ଶୀଘ୍ର କ୍ଷୟ ହୋଇଥାଏ ଓ ସେମାନେ ସହଜରେ ଓଜନ କମାଇବାରେ ସଫଳ ହୁଅନ୍ତି। ଯେହେତୁ ଏକ କପ୍‌ ବ୍ରୋକଲିରେ ଶତ ପ୍ରତିଶତ ଭିଟାମିନ୍‌ ସି’ ଓ କେ’ ରହିଛି ,ସେହି କାରଣରୁ ଏହା ଓଜନ କମାଇବାରେ ସହାୟକ ହୁଏ। ଏହା ମଧ୍ୟ ଭିଟାମିନ ଏ, ବି-୬ ଓ ପୋଟାସିୟମର ଉତ୍ସ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.