ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲକୁ ସିଲ କଲା ଜିଲ୍ଲା ପ୍ରଶାସନ
1 min readଆଓରି-ଭୁବନେଶ୍ଵର(୦୫/୦୧) : ବ୍ରହ୍ମପୁର ସହରର ଲାଞ୍ଜିପଲ୍ଲୀ ନିକଟ ଜାତୀୟ ରାଜପଥ ୧୬ କଡ଼ରେ ଥିବା ଅକ୍ସଫୋର୍ଡ ପବ୍ଲିକ୍ ସ୍କୁଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି । ବିଦ୍ୟାଳୟଟି ଜାତୀୟ ରାଜପଥ କଡ଼ରେ ଥିବାବେଳେ ଏହା ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ କରୁଛି । ଯାହାକି ସବୁବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମେତ ଅଭିଭାବକ ମାନେ ବିଦ୍ୟାଳୟକୁ ଅସୁରକ୍ଷିତ ଭାବେ ଯିବା ଆସିବା କରିଥାନ୍ତି । ଏହାସହ ଏହି ବିଦ୍ୟାଳୟର କୋଠା ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରୁ ସିକୃତି ପାଇନଥିବା ଜଣାପଡିଛି ।
ତେବେ ପୂର୍ବରୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରାଯାଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଅବଗତ କରାଯାଇଥିଲା । ଶୀତ ଛୁଟି ସରିବା ପରେ ଗତ କାଲି ବିଦ୍ୟାଳୟ ଖୋଲାଯାଇଥିବାବେଳେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ସିଲ କରିଦିଆଯାଇଛି । ବ୍ରହ୍ମପୁର ଉପଜିଲ୍ଲାପାଳ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ସହ ଆଲୋଚନା କରିଯାଇଥିଲା । ଏହାସହ ସ୍କୁଲ ବନ୍ଦ କରିବା ନେଇ ନୋଟିସ୍ ମଧ୍ୟ ଲଗାଇଛନ୍ତି । ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଛନ୍ତି କର୍ତ୍ତୃପକ୍ଷ ।
ସେପଟେ ବିଦ୍ୟାଳୟ ପରିଚାଳକ କହିଛନ୍ତି ସ୍କୁଲର କୋଠା ପାଇଁ ବିଡିଏ ଅନୁମୋଦନ ପାଇଁ ଆବେଦନ କରାଯାଇଛି । ଜିଲ୍ଲା ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଥିବା ଜଣାପଡ଼ିଛି । ଏହାସହ ଏହି ବିଦ୍ୟାଳୟରେ ୬ଶହରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆସନ୍ତା କାଲିଠାରୁ ସ୍କୁଲ ବନ୍ଦ ହେଲେ ପିଲାଙ୍କ ପାଠପଢା ପ୍ରଭାବିତ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲକୁ ବନ୍ଦ କରାଯାଇଥିବା ନେଇ ଆଜି ଅଭିଭାବକମାନେ ଜାଣିବା ପରେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ । ସେପଟେ