April 16, 2024

ଅଚଳ ହୋଇପଡିଥିବା ଟେଲିଫୋନ୍ ସେବା ଓ ମୋବାଇଲ ସେବାକୁ ସଚଳ କରିବା ପାଇଁ ଟେଲିକମ୍ କମ୍ପାନୀ ମାନଙ୍କୁ ଅବଗତ କରାଇଲେ ଧର୍ମେନ୍ଦ୍ର ପ୍ରଧାନ

1 min read

ଆଓରି-ଭୁବନେଶ୍ଵର(୦୮/୦୫) : ପ୍ରଳୟଙ୍କରୀ ବାତ୍ୟା ଫୋନିର ପ୍ରଭାବରେ ଅଚଳ ହୋଇପଡିଥିବା ଟେଲିଫୋନ୍ ସେବା ଓ ମୋବାଇଲ ସେବାକୁ ସଚଳ କରିବା ପାଇଁ ଟେଲିକମ୍ କମ୍ପାନୀ ମାନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଏସଏନଏଲ କର୍ତ୍ତୁପକ୍ଷଙ୍କ ସମେତ ଏୟାରଟେଲ୍ କମ୍ପାନୀର ମୁଖ୍ୟ ସୁନୀଲ ମିତ୍ତଲ ଓ ରିଲିୟାନ୍ସ ଜିଓର ମୁଖ୍ୟ ଅନୀଲ ଅମ୍ବାନୀଙ୍କ ସହ କଥା ହୋଇ ରାଜ୍ୟରେ ଦେଖାଦେଇଥିବା ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ଏହି କମ୍ପାନୀର ଅଧିକାରୀ ମାନଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଆଲୋଚନା ସମୟରେ ରାଜ୍ୟରେ ବିଜୁଳି ସେବା ସ୍ୱାଭାବିକ୍ ହୋଇନଥିବା ବେଳେ ମୋବାଇଲ ଟାୱାର ଗୁଡିକ ନିକଟରେ କମ୍ପାନୀମାନଙ୍କ ପକ୍ଷରୁ ଜେନେରେଟର ବ୍ୟବସ୍ଥା କରିବା ପାଇଁ ଦେଇଛନ୍ତି ପରାମର୍ଶ । ଏଥିସହିତ ତୁରନ୍ତ ଯୋଗାଯୋଗ ବ୍ୟବସ୍ଥାକୁ ସଚଳ କରିବା ପାଇଁ ବାତ୍ୟା ବିଧ୍ୱସ୍ତ ଅଞ୍ଚଳରେ କାଓ (ମୁଭିଂ ଟାୱାର) ବ୍ୟବସ୍ଥା କରିବାକୁ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କମ୍ପାନୀ ମାନେ ଆଲୋଚନା କରିବା ପରେ ଆଜି ସନ୍ଧ୍ୟା ସୁଦ୍ଧା ପୁରୀ ସହରରେ ଜିଓ ପକ୍ଷରୁ ୩ଟି ମୁଭିଂ ଟାୱାର ଲଗାଇବା ପାଇଁ କମ୍ପାନୀ ମାନେ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.