March 28, 2023

ଧର୍ମେନ୍ଦ୍ର ପ୍ରଧାନ ପୁଣି ହେବେ କେନ୍ଦ୍ର ମନ୍ତ୍ରୀ

1 min read

Dharmendra Pradhan


ଆଓରି- ନୂଆଦିଲ୍ଲୀ(୨୯/୦୫) ଆସନ୍ତାକାଲି ମାନ୍ୟବର ଶ୍ରୀ ନରେନ୍ଦ୍ର ମୋଦୀ ଦିତୀୟ ଥର ପାଇଁ ଭାରତ ପ୍ରଧାନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ | ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ର ଗଢିବା ନିମନ୍ତେ ନିଜର କେନ୍ଦ୍ର ତଥା ରାଜ୍ୟ ମନ୍ତ୍ରୀ ଭାବେ କିଛି ଦକ୍ଷ ସଂସଦ ମାନେ ମଧ୍ୟ ଶପଥ ଗ୍ରହଣ କରିବେ| କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁର୍ନବାର କେନ୍ଦ୍ର ମନ୍ତ୍ରୀ ଭାବରେ ଦାୟିତ୍ଵ ଗ୍ରହଣ କରିବେ ବୋଲି ଆମକୁ ବିଶେଷ ସୂତ୍ରରୁ ସୂଚନା ମିଳିଛି |

ପ୍ରଧାନମନ୍ତ୍ରୀଙ୍କର ଶ୍ରେଷ୍ଠ ୫ ଜଣ ମନ୍ତ୍ରୀଙ୍କ ମଧ୍ୟରେ ଶ୍ରୀ ପ୍ରଧାନ ଅନ୍ୟତମ ଥିଲେ ଏବଂ ପୁନର୍ବାର ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ବନିବାର ବହୁ ସହାୟକ ହୋଇଥିଲେ | ତାଙ୍କୁ ମିଳିଥିବା ଦାୟିତ୍ଵ ଉଜ୍ଜ୍ଵଳା ଯୋଜନା ଓ ସ୍କିଲ ଇଣ୍ଡିଆରେ ସେ ବହୁତ ଭଲ ପ୍ରର୍ଦଶନ କରିଥିଲେ|ଓଡିଶା ରାଜନୀତିରେ ମଧ୍ୟ ବିଜେପି ଆଶାନୁପାତ ଭଲ ପ୍ରଦର୍ଶନପାଇଁ ମଧ୍ୟ ଶ୍ରୀ ପ୍ରଧାନଙ୍କର ବିଶେଷ ଭୂମିକା ଥିଲା | ୨୦୧୪ରେ ଜଣେ ସାଂସଦ ଜିତିଥିବା ବେଳେ ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ୮ ସାଂସଦ ଓଡିଶାରୁ ପ୍ରତିନିଧିତ୍ତ୍ଵ କରୁଛନ୍ତି |

Leave a Reply

Your email address will not be published.

Copyright © All rights reserved. | Newsphere by AF themes.