May 24, 2022

ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବ୍ୟବହିତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ

1 min read
Dharmendra-Pradhan-Aajira-Odisha

ଆଓରି-ଭୁବନେଶ୍ଵର(୩୦/୧୨) : ରାଜ୍ୟ ସରକାର ମାଛ ତେଲରେ ମାଛ ଭାଜନ୍ତି ବୋଲି କହି ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ନୂଆ କିଛି କରନ୍ତି ନାହିଁ । ଖାଲି ଲୋକଙ୍କୁ ଭୁଆଁ ଭୁଲାଇ ଜାଣିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେବଳ ଚିଠି ଲେଖି ବାହା ବାହା ନେଇ ଜାଣିଛନ୍ତି କିନ୍ତୁ ତାର ଫଳା ଫଳ କେବେ ଲୋକଙ୍କୁ ଜଣାଇ ନାହାନ୍ତି ।Union-Minister-Dharmendra-Pradhan-Aajira-Odisha

ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ଅବ୍ୟବହିତ ପୂର୍ବରୁ ସ୍ଥିତି ଅନୁଧ୍ୟାନ ପାଇଁ ଜିଲା ଗସ୍ତରେ ଯାଇଥିବା ମନ୍ତ୍ରୀ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ରେଳପ୍ରକଳ୍ପ ପାଇଁ ଯେଉଁ ମାଗଣା ଜମି କଥା ଉଠାଇଛନ୍ତି ତାହା ଉପରେ କ’ଣ କୁହାଯାଇ ପାରିବ । ଏହି ଦୁଇଟି ରେଳ ପ୍ରକଳ୍ପ ଲାଗି ବିଜେପି ଜିଲ୍ଲା ଶାଖା ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ସହ ପୂର୍ବରୁ ଦାବି କରାଯାଇ ସାରିଛି । ପ୍ରକଳ୍ପକୁ ଭାରତ ସରକାର ଗୁରୁତ୍ୱ ସହ ବିଚାର କରୁଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଯେଉଁ ପ୍ରକଳ୍ପ ପାଇଁ ଜମି ଦେବାକଥା କହିଛନ୍ତି ତାହା କରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ସେ ଏହାର ଉଦାହରଣ ଦେଇ ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ କଥା ମଧ୍ୟ ଉଠାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନୀରବ ମୋଦି ଓ ଠକ ସଂସ୍ଥା ମାନଙ୍କୁ ଜମି ଦେଉଛନ୍ତି ହେଲେ ଖୋର୍ଦ୍ଧାରେ ବଟଲିଂ ପ୍ଲାଂଟ ପାଇଁ ଆଇଓସିଏଲ ପରି କମ୍ପାନୀ ୨୫ କୋଟି ଜମା କରିବା ସତ୍ୱେ ମଧ୍ୟ ତାକୁ ଜମି ଦେଉନାହାନ୍ତି । ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ପାରିବାପଣିଆ ବୋଲି ଧର୍ମେନ୍ଦ୍ର କହିବା ସହ ତାତ୍ସଲ୍ୟ କରିଛନ୍ତି । ମୟୂରଭଞ୍ଜ ରେଳ ପ୍ରକଳ୍ପ କଥା ଜାଣିବା ପରେ ମାଛ ତେଲରେ ମାଛ ଭାଜିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ୍ତା ୫ ତାରିଖ ଗସ୍ତ ଉପରେ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗ୍ରସ୍ତ ସମୟରେ ବହୁ ସରକାରୀ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ଏଥିରେ ରେଳ, ରାସ୍ତା ପରି ବହୁ ପ୍ରକଳ୍ପ ରହିଛି । ଏହାପରେ ପ୍ରଧାନମନ୍ତ୍ରୀ ଏକ ବିରାଟ ଜନସଭାକୁ ଉଦବୋଧନ କରିବେ । ଉତ୍ତର ଓଡିଶାର ୫ଟି ଲୋକସଭା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଉପରେ ବିଶେଷ କରି ଫୋକସ୍‌ ଦିଆଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.