ଫଟୋ ଉଠାଇବାକୁ ନେଇ ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୦୨/୦୪) : ପୋଲିସ ଅଧିକାରୀଙ୍କ ଉପରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଜଣେ ପୋଲିସ କର୍ମଚାରୀଙ୍କୁ ନିଜ ଦାୟିତ୍ୱ ଶିଖାଇଲେ । କୋରାପୁଟ ଲକ୍ଷ୍ମୀପୁରରେ ଦଳୀୟ ପ୍ରଚାର କରିବାକୁ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଭାଷଣ ସମୟରେ ଜଣେ ପୋଲିସ କର୍ମୀଙ୍କ ଉପରେ ବର୍ଷିଛନ୍ତି । ଧର୍ମେନ୍ଦ୍ର ଭାଷଣ ଦେବା ସମୟରେ ଜଣେ ପୋଲିସ କର୍ମଚାରୀ ତାଙ୍କ ଭଡିଓ ରେକର୍ଡିଂ କରୁଥିଲେ ଓ ଫଟୋ ଉଠାଉଥିଲେ । ତେବେ ଏହି ସମୟରେ ଧର୍ମେନ୍ଦ୍ର ପୋଲିସ କର୍ମଚାରୀଙ୍କୁ ତାଙ୍କ ଦାୟିତ୍ୱ ମନେ ପକାଇଥିଲେ । ସେ କହିଥିଲେ ଯେ, ଜଣେ ପୋଲିସ କର୍ମଚାରୀଙ୍କ କାମ ନୁହେଁ ନେତାଙ୍କ ଫଟୋ ଉତ୍ତୋଳନ କରିବା।