April 20, 2024

ଭଲ ଲାଗୁନି ଦିଲ୍ଲୀ ଖାନାପ୍ରତାପ ନନାଙ୍କୁ

1 min read

ଆଓରି-ଭୁବନେଶ୍ଵର(୧୦/୦୬): କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେବା ପରେ ଏବେ ଦିଲ୍ଲୀରେ କାର୍ଯ୍ୟ କରୁଛନ୍ତି ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ | ତେବେ ପ୍ରତାପଙ୍କୁ ଦିଲ୍ଲୀର ଖାଦ୍ୟ ପସନ୍ଦ ଆସୁନି | ସେଠାରେ ମିଳୁଥିବା ଭାତ-ରାଜମା ନନାଙ୍କୁ ପସନ୍ଦ ଆସୁନଥିବାର ସେ କହିଛନ୍ତି | ଓଡିଶାର ପାରମ୍ପରିକ ଖାଦ୍ୟ ପଖାଳ ତୁଳନାରେ ରାଜମା ସ୍ଵାଦହୀନ ଲାଗୁଥିବାର ନନା କୁହନ୍ତି | ପ୍ରକୃତରେ ମନ୍ତ୍ରାଳୟର ବିଭିନ୍ନ କାର୍ଯ୍ୟ ଯୋଗୁଁ ଅପରାହ୍ନ ୪ଟା ଯାଏଁ ବି ବ୍ୟସ୍ତ ରହିବାକୁ ପଡୁଛି |

ସେଥିପାଇଁ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀଙ୍କ ପାଇଁ ଭାତ-ରାଜମାର ବ୍ୟବସ୍ଥା କରାଯାଉଛି | କିନ୍ତୁ ଏହି ଖାଦ୍ୟ ପ୍ରତାପଙ୍କ ପସନ୍ଦ ଆସୁନି | ସେଥିପାଇଁ ଯେତେ ବିଳମ୍ବ ହେଲେ ବି ସେ ଓଡିଶା ଭବନ ଆସୁଛନ୍ତି ଓ ପଖାଳ-ଦହି ମଗାଇ ଖାଉଛନ୍ତି | ପ୍ରତାପଙ୍କ ମତରେ ମନ୍ତ୍ରୀ ହୋଇଗଲେ ବି ନିଜ ଜୀବନଧାରାକୁ ବଦଳାଇବେ ନାହିଁ |ଯାହା ବି ପିନ୍ଧୁଥିଲେ ତାହା ପିନ୍ଧିବେ ଯାହା ବି ଖାଉଥିଲେ ତାହା ଖାଇବେ |

ମନ୍ତ୍ରୀ ହୋଇଗଲେ ବୋଲି ପଖାଳ ଛାଡି ରାଜମା ଖାଇବେ ନାହିଁ | ଏଠାରେ ସୂଚନା ଥାଉ କି ମୋଦୀଙ୍କ ମନ୍ତ୍ରିମଣ୍ଡଳରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ପ୍ରତାପ | ପଶୁପାଳନ ଓ ଏମଏସଏମଇ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ ସେ ଦାୟିତ୍ୱ ନେଇଛନ୍ତି | ନିଜର ସରଳ ଜୀବନଶୈଳୀ ତଥା ବିଜେପି ପାଇଁ ନିଷ୍ଠାପର ପରିଶ୍ରମ ପାଇଁ ମୋଦି ତାଙ୍କୁ ଏଭଳି ଉପହାର ଦେଇଥିବାର ଚର୍ଚ୍ଚା ହୁଏ |

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.