March 31, 2023

ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସାକ୍ଷାତ କଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ

1 min read
Nirmala-Sitharaman-Met-Abhinandan-Aajira-Odisha

ଆଓରି-ନୂଆଦିଲ୍ଲୀ(୦୨/୦୩) : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସାକ୍ଷାତ କରିଛନ୍ତି। ଏହି ଔପଚାରିକ ସାକ୍ଷାତ ସମୟରେ ସୀତାରମଣ ସମଗ୍ର ଦେଶ ତାଙ୍କର ସାହାସିକତା ଓ ଧୈର୍ଯ୍ୟ ଲାଗି ଗୌରାବନ୍ଵିତ ବୋଲି ଅଭିନନ୍ଦନଙ୍କୁ ଜଣାଇଥିଲେ।

ଏହି ସାକ୍ଷାତ ସମୟରେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପାକିସ୍ତାନରେ ତାଙ୍କର ୬୦ ଘଣ୍ଟାର ରହଣି ବିଷୟରେ ଅବଗତ କରାଇଥିଲେ। ବର୍ତ୍ତମାନ ଅଭିନନ୍ଦନଙ୍କୁ ନୂଆଦିଲ୍ଲୀର ଏୟାରଫୋର୍ସ ସେଣ୍ଟ୍ରାଲ୍‌ ମେଡିକାଲ୍‌ ଏଷ୍ଟାବ୍ଲିସ୍‌ମେଣ୍ଟ(ଏଏଫ୍‌ସିଏମ୍‌ଇ)ରେ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ରଖାଯାଇଛି। ସେନାର ବାୟୁସେବା ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ସ୍ୱତନ୍ତ୍ର ଚିକିତ୍ସା ଲାଗି ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏଠାରେ ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ପ୍ରାୟ ଏକ ସପ୍ତାହ ରଖାଯିବ ବୋଲି ସୂଚନା ରହିଛି।

ଫେବୃଆରି ୨୩ରେ ଅଭିନନ୍ଦନଙ୍କ ମିଗ୍‌ ୨୭ ବାଇସନ୍‌ ବିମାନ ଖସି ପଡ଼ିବା ପରେ ସେ ପାରାଶୁଟ୍‌ରେ ତଳକୁ ଡେଇଁ ପଡ଼ିଥିଲେ ଓ ତାଙ୍କର ପିଠିରେ ଗଭୀର ଆଘାତ ଲାଗିଥିଲା। ଏହାପରେ ପାକିସ୍ତାନୀଙ୍କ ଆକ୍ରମଣର ଶିକାର ମଧ୍ୟ ସେ ହୋଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.