March 27, 2023

ଗଠନ ହେଲା ଦାମୋଦର ରାଉତଙ୍କ ନୂତନ ରାଜନୈତିକ ଦଳ ବିଜୁ ସମତାକ୍ରାନ୍ତି

1 min read
Damodara-Rout-Aajira-Odisha

ଆଓରି-ଭୁବନେଶ୍ଵର(୨୩/୧୧) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବରିଷ୍ଠ ନେତା ଦାମୋଦର ରାଉତ ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି।  ନୂତନ ରାଜନୈତିକ ଦଳର ନାଁ ବିଜୁ ସମତାକ୍ରାନ୍ତି ରଖାଯାଇଛି । ନୂଆ ଦଳର ନାଁ ଏବଂ ରୂପରେଖର ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଦାମ ରାଉତ ।

ପୂର୍ବରୁ ପୁରୀରେ ଗଠନ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ପୁରୀରୁ ଯାଇ ବୀରମିତ୍ରପୁରରେ ଖାତା ଖୋଲିଥିଲେ ।  ସୁନ୍ଦରଗଡ଼ର ସଂରକ୍ଷିତ ଆସନ ବୀରମିତ୍ରପୁରରେ ସମତାକ୍ରାନ୍ତି ଦଳରୁ ଜର୍ଜ ତିର୍କୀ ବିଜୟୀ ହୋଇଥିଲେ । ତେବେ ଏବେ ସମତାକ୍ରାନ୍ତିରେ ବିଜୁବାବୁଙ୍କ ନାଁ ଯୋଡ଼ିଛନ୍ତି ଦାମ ରାଉତ  । ନୂତନ ଭାବେ ଗଠିତ ‘ବିଜୁ ସମତାକ୍ରାନ୍ତି ଦଳ’ରେ ସଭାପତି ରହିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ । ଏହାସହ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ରହିବେ ଦାମୋଦର ରାଉତ । ଓଡ଼ିଶା ପ୍ରଗତି ଦଳ ଏବଂ ପବ୍ଲିକ୍‌ ପଲିଟିକାଲ୍‌ ପାର୍ଟିର ଓଡ଼ିଶା ଶାଖା ‘ବିଜୁ ସମତାକ୍ରାନ୍ତି ଦଳ’ରେ ସାମିଲ ହେବା ନେଇ ମଧ୍ୟ ସୂଚନା ଦେଇଛନ୍ତି ଦାମ ରାଉତ ।

ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ଗଠନ ହେବା ନୂଆ କଥା ନୁହେଁ । ଇତିହାସ ଅନୁଯାୟୀ  ଆଞ୍ଚଳିକ ଦଳର ପ୍ରଭାବ ରହିଛି, କିନ୍ତୁ ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତି ଜଣେ ରାଜ୍ୟସ୍ତରୀୟ ବ୍ୟକ୍ତିତ୍ୱ ହୋଇଥିବା ଜରୁରୀ । ବିଜେଡି ବହିଷ୍କୃତ ଦାମ ରାଉତଙ୍କ ନୂଆ ଦଳ ‘ବିଜୁ ସମତାକ୍ରାନ୍ତି ଦଳ’ର ଓଡ଼ିଶାରେ ପ୍ରଭାବ କେମିତି ରହିବ ସେନଇ ଏବେ ସବୁଠି ଚର୍ଚ୍ଚା ।ସୂଚନାଯୋଗ୍ୟ, ପୂର୍ବରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଦଳ ଆମ ଓଡ଼ିଶା ପାର୍ଟି ଭଲ ପ୍ରଦର୍ଶନ କରିପାରି ନଥିଲା । ପ୍ୟାରୀମୋହନ ମହାପାତ୍ରଙ୍କ ଜନମୋର୍ଚ୍ଚା ଏବଂ ଖାରବେଳ ସ୍ୱାଇଁଙ୍କ ଉତ୍କଳ ଭାରତର ମଧ୍ୟ ସମାନ ଦଶା ହୋଇଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.