ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ ସାମିଲ
1 min read
ଆଓରି-ନୂଆଦିଲ୍ଲୀ(୧୬/୦୬) :ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ମହିଳା କ୍ରିକେଟ ସାମିଲ ହୋଇଛି। ପ୍ରତିଯୋଗିତାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିବେ। ଅଗଷ୍ଟ ୪ ପର୍ୟ୍ୟନ୍ତ ଲିଗ୍ ପର୍ଯ୍ୟାୟ ମ୍ୟାଚ ଖେଳାଯିବ। ଅଗଷ୍ଟ ୬ରେ ଦୁଇଟି ସେମିଫାଇନାଲ, ୭ରେ ତୃତୀୟ ସ୍ଥାନ ସହ ଫାଇନାଲ ମ୍ୟାଚ ଖେଳାଯିବ। ୨୪ ବର୍ଷ ପରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟକୁ ସାମିଲ କରାଯାଇଛି। ୧୯୯୮ କ୍ବାଲାଲାମ୍ପପୁର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଥର ପାଇଁ କ୍ରିକେଟକୁ ସାମିଲ କରାଯାଇଥିଲା। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଆଇସିସି ମାନ୍ୟତାର ଏପ୍ରିଲ ସୁଦ୍ଧା ଶୀର୍ଷ ୬ ସ୍ଥାନରେ ଥିବା ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଥିବାବେଳେ ଆୟୋଜକ ଦଳ ଭାବେ ଇଂଲଣ୍ଡ ଯୋଗ୍ୟତା ହାସଲ କରିଛି। ଭାରତୀୟ ମହିଳା କ୍ରିକେଟ ଦଳ ବର୍ତ୍ତମାନ ଆଇସିସି ମାନ୍ୟତାର ୩ୟ ସ୍ଥାନରେ ରହିଛି।