August 6, 2022

ମମତାଙ୍କ ଗଡରେ ମୋଦୀଙ୍କ ରଣହୁଙ୍କାର

1 min read
Prime Minister Narendra Modi on West Bengal tour-Aajira-Odisha

ଆଓରି-ନୂଆଦିଲ୍ଲୀ(୦୨/୦୨) : ପଶ୍ଚିମବଙ୍ଗର ଠାକୁରନଗରରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନରେ ସାମିଲ ହୋଇଛନ୍ତି ମୋଦି । ଏଠାରେ ଏକ ବିଶାଳ ରାଲିକୁ ସମ୍ବୋଧିତ କଲେ ନମୋ । ଯେଉଁଥିରେ କେବଳ ବଜେଟ୍‌ରେ ହୋଇଥିବା ଘୋଷଣା ବିଷୟରେ କହି ନଥିଲେ ବରଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ ସେ ।

ଆଜିର ବିଶାଳ ରାଲି ଦେଖି ହୃଦୟଙ୍ଗମ ହେଉଛି, କାହିଁକି ଦିଦି ହିଂସାର ରାସ୍ତାରେ ଆସିଛନ୍ତି । ଭାଜପା ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଭଲ ପାଇବାକୁ ଦେଖି ଲୋକତନ୍ତ୍ର ବଞ୍ଚାଇବାକୁ ନାଟକ କରୁଥିବା ବ୍ୟକ୍ତି ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବାରେ ଲାଗିଛନ୍ତି । ବଡ଼ ଦୁଃର୍ଭାଗ୍ୟର ବିଷୟ ହେଉଛି ଯେ ସ୍ୱାଧୀନତାର ବହୁ ଦଶକ ପର୍ଯ୍ୟନ୍ତ ଗାଁ ସ୍ଥରରେ ଉନ୍ନତ୍ତିକୁ ଧ୍ୟାନ ଦିଆଯାଇ ନଥିଲା । ପଶ୍ଚିମବଙ୍ଗରେ ସ୍ଥିତି ଆହୁରି ଦୟନୀୟ  । ସାଢେ ଚାରି ବର୍ଷର ସରକାର ଏହି ସ୍ଥିତିକୁ ସୁଧାରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛି ବୋଲି କହିଛନ୍ତି ମୋଦି ।

ଗତକାଲିର ବଜେଟ୍‌ ମାଧ୍ୟମରେ ଦେଶର ୩୦-୪୦ କୋଟି ଶ୍ରମିକ, ୩ କୋଟି ମଧ୍ୟବିତ୍ତ ପରିବାର ଏବଂ ୧୨ କୋଟି କୃଷକଙ୍କୁ ସିଧାସଳଖ ଫାଇଦା ମିଳିବ । ଦେଶରେ ୫ ଏକରରୁ କମ୍‌ ଚାଷ ଜମି ଥିବା କୃଷକଙ୍କ ଖାତାକୁ ସିଧାସଳଖ ୬୦୦୦ ଟଙ୍କା ଦିଆଯିବାର ବ୍ୟବସ୍ଥା ହୋଇଛି । ଏହି ଅର୍ଥ ୩ଟି କିସ୍ତିରେ ମିଳିବ ବୋଲି ମୋଦି ନିଜ ଭାଷଣରେ କହିଛନ୍ତି ।Public-In-West-Bengal-BJP-Rally

ଏହାସହ ଆଜିର ମୋଦିଙ୍କ ରାଲିରେ ଲୋକସଂଖ୍ୟା ବହୁ ଅଧିକ ଥିଲା । ଭିଡ଼ରେ ଦଳା ଚକଟା ପରିସ୍ଥିତି ମଧ୍ୟ ଉପୁଜିଥିଲା । ମୋଦିଙ୍କ ଭାଷଣ ଶୁଣିବାକୁ ଲୋକମାନଙ୍କ ମଧ୍ୟରେ ଝଗଡ଼ା ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ମୋଦି ଲୋକମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଥିଲେ । କାର୍ଯ୍ୟକର୍ତ୍ତାଙ୍କ ଉତ୍ସାହ ତୁଳନାରେ ସ୍ଥାନ ଛୋଟ ପଡ଼ିଯାଇଥିଲା ବୋଲି କହିଥିଲେ ମୋଦି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.